ଶ୍ରାବଣ ପ୍ରଥମ ସୋମବାରରେ ଉତ୍ସବ ମୂଖର ବଲାଙ୍ଗିରର ବିଭିନ୍ନ ଶୈବପିଠ

ବଲାଙ୍ଗିର,୨୨/୭ : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ବଲାଙ୍ଗୀର ସହର ଠୁଁ ଗାଁ ପର୍ଯ୍ୟନ୍ତ ଥିବା ଦେବାଳୟ ମାନଙ୍କରେ ବହୁ ସଂଖ୍ୟାରେ ଭକ୍ତ ମାନଙ୍କର ସମାଗମ ହୋଇଛି। ଯେଉଁଥିରେ ବଲାଙ୍ଗୀର ତୁଳସୀନଗର ଟାଂଗେଶ୍ୱର ବାବା ମନ୍ଦିର, ସାଲେପାଲି ଭୋଳା ବାବା ମନ୍ଦିର, ପଥରଚେପା ର ସର୍ବେଶ୍ୱର ବାବା ମନ୍ଦିର, ସାଗର ପଡ଼ା ମନ୍ଦିର, ଗାନ୍ଧୀ ନଗର ଲୋକନାଥ ବାବା ମନ୍ଦିର ଆଦି ଶୈବପିଠ ମାନଙ୍କରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

Omkar Vasthu
Omkar Vasthu

ଯେଉଁଥିରେ କାଉଡ଼ିଆ ଭକ୍ତ ମାନେ ଦୂର ଦୁରାନ୍ତରେ ଥିବା ପୋଖରୀ, ନଦୀ ରୁ ଜଳ ଆଣି ଭଗବାନ ଶିବଙ୍କ ଠାରେ ଅର୍ପଣ କରିଥିଲେ। ସେହିପରି ଭାବରେ ସହରର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଭଗବାନ ଶିବଙ୍କ ଦର୍ଶନ ପାଇଁ ଭୋର ସକାଳରୁ ଲମ୍ବା ଧାଡ଼ିରେ ରହିଥିବା ଦେଖିବାକୁ ମିଲିଥିଲା। ବିଶ୍ବାସ ରହିଛି ଶ୍ରାବଣ ମାସ ହେଉଛି ପୁଣ୍ୟ ମାସ, ଯିଏ ଯାହା ମାନସିକ ରଖି ଶିବଙ୍କୁ ପ୍ରାଥନା କରି ମନାସିଲେ ସବୁ ମୋନକାମନା ପୂର୍ଣ ହୋଇଥାଏ। କଥାରେ ଅଛି ଏହି ପବିତ୍ର ମାସ, ତଥା ପୁଣ୍ୟ ମାସ ଶ୍ରାବଣ ମାସ ସାରା ଭଗବାନ ଶିବ ମନ୍ଦିରରେ ରହିଥାନ୍ତି ଏବଂ ସବୁ ଭକ୍ତ ଶ୍ରଦ୍ଧାଲୁ ଙ୍କ ମନୋକାମନା ପୂର୍ଣ କରିଥାନ୍ତି। ଏହି ବିଶ୍ୱାସ ଭକ୍ତ ଙ୍କ ମଧ୍ୟରେ ରହିଛି।

Pearl dental clinic
Near Ashish Medical Store, Bhawanipatna

ଏହି ଦିନ ଜଳ ଆଣି ଶିବଙ୍କୁ ଅର୍ପଣ କଲେ କୋଟିଏ ଦିନର ପୁଣ୍ୟ ଗୋଟିଏ ଦିନରେ ପ୍ରାପ୍ତି ହୋଇଥାଏ। ଯାହା ଆଜିର ଏହି ପବିତ୍ର ଶ୍ରାବଣର ପ୍ରଥମ ସୋମବାରରେ ଭକ୍ତଙ୍କ ମଧ୍ୟରେ ପରିଲକ୍ଷିତ ହୋଇଛି। ଯାହା ଆଜି ସକାଳ ୪ଟା ସମୟରୁ ରୀତିନୀତି ଅନୁସାରେ ଭଗବାନ ଶିବ ଓ ମାଁ ପାର୍ବତୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏବଂ ଦିଅଁ ଙ୍କ ଦର୍ଶନ ପାଇଁ ବଲାଙ୍ଗୀର ସହରରେ ଥିବା ଦେବାଳୟ ଗୁଡିକ ହୋଇ ଉଠିଛି ଉତ୍ସବ ମୁଖର।

Udyog Nursery
Udyogi Nursery
ବଲାଙ୍ଗୀର ରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.