କଳାହାଣ୍ଡି,୨୨/୭ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ଲାମୁଣ୍ଡାକୁ ନେଇ ଗ୍ରାହକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହ ଏହି ବ୍ୟାଙ୍କ ଦଲାଲଙ୍କ କଵଜା ରେ ଚାଲିଥିବା ଅଭିଯୋଗ କରିଛନ୍ତି। କର୍ଲାମୁଣ୍ଡା ରେ ୧୨ ଗୋଟି ପଞ୍ଚାୟତର ଗ୍ରାହକ ମାନେ ନିଜ ନିଜର ବିଭିନ୍ନ ବ୍ୟାଙ୍କ ଜନିତ କାର୍ଯ୍ୟ ପାଇଁ ଖାତା ଖୋଲିଛନ୍ତି। ହେଲେ ଏହି ବ୍ୟାଙ୍କ ରେ ଖାତା ଖୋଲିଥିବା ହିତାଧିକାରୀ ମାନଙ୍କୁ ସିଧାସଳଖ ଯେତିକି ସୁବିଧା ମିଳିବା କଥା ସେତିକି ମିଲୁ ନାହିଁ ବୋଲି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ଅନ୍ୟ ପକ୍ଷରେ ଚାଷୀ ହେଉ ଅବା ଗ୍ରାହକ ନିଜର ଯେ କୌଣସି ବ୍ୟାଙ୍କ ଜନିତ କାର୍ଯ୍ୟ କରିବାକୁ ହେଲେ ସିଧା ଦଲାଲ ଧରି କାର୍ଯ୍ୟ କଲେ ଯାଇ ସଫଳ ହେଉଥିବା କହିଛନ୍ତି। ଏଣୁ ଦିର୍ଘ ଦିନରୁ ଧରି ଦଲାଲ କଵଜାରେ ଚାଲିଥିବା ବେଳେ ଗ୍ରାହକ ମାନେ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ପ୍ରଶାସନ ଦ୍ରୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏଠାରେ ଥିବା ସମସ୍ୟା ଦୂର କରିବାକୁ ଗ୍ରାହକ ମାନେ ଦାବି କରିଛନ୍ତି।

ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta





