ମଦ୍ୟପ ବାଇକ ଚାଳକଙ୍କ ବେପରୁଆ ଗାଡି ଚାଳନା ଜନିତ ଦୂର୍ଘଟଣା : ନବମ ଶ୍ରେଣୀ ଛାତ୍ରୀ ଗୁରୁତର

ଜୁନାଗଡ଼,୨୨/୭ : ବର୍ତ୍ତମାନ ସମୟରେ ଯେତେସବୁ ସଡକ ଦୂର୍ଘଟଣା ହେଉଛି ସେଥିମଧ୍ୟରୁ ମଦ୍ୟପାନ କରି ଗାଡି ଚଳାଇବା ହେଉଛି ଅନ୍ୟତମ କାରଣ । ଏମିତି ଏକ ଦୂର୍ଘଟଣାକୁ ନେଇ ଜୁନାଗଡ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଘଟଣାରୁ ପ୍ରକାଶଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଡାବଝରନ ଠାରେ ଜଣେ ମଦ୍ୟପ ବାଇକ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଜଣେ ନବମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଡାବଝରନ ଗ୍ରାମର ନବମ ଶ୍ରେଣୀ ଛାତ୍ରୀ ବାସନ୍ତୀ ରଣା ଜୁନାଗଡ଼ ସହରସ୍ଥିତ ଲଙ୍କେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟ ରୁ ପାଠ ପଢି ସ୍କୁଲ ଛୁଟି ହେବା ପରେ ଘରକୁ ସାଇକେଲ ରେ ଯାଉଥିଲେ । ବିପରୀତ ପଟୁ ଆସୁଥିବା ଜଣେ ମଦ୍ୟପ ବାଇକ ଚାଳକ ବାସନ୍ତିଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲେ । ଫଳରେ ବାଇକ ଚାଳକ ଓ ବସନ୍ତିଙ୍କୁ ଗୁରୁତର ଭାବେ ଲୋକେ ଜୁନାଗଡ଼ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ । ଅନ୍ୟ ପଟେ ବାଇକ ଚାଳକଙ୍କନାମ ଜଣା ପଡି ନଥିବା ବେଳେ ତାଙ୍କ ଗ୍ରାମ ତେନ୍ତୁଳିଖୁଣ୍ଟି ଓ ସେ ପ୍ରଚୁର ମଦ୍ୟପାନ କରି ଗାଡି ଚଲାଉଥିଲେ ବୋଲି ଜଣା ପଡ଼ିଛି ।

ଜୁନାଗଡ ପ୍ରତିନିଧି ରାକେଶ ବେମାଲଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.