ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜମାକାରି ଗଣ ସତ୍ୟାଗ୍ରହ

ଆର୍ଥିକ ସଂସ୍ଥା ମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ତରଫରୁ ରେଲି ତଥା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବଲାଙ୍ଗିର,୨୬/୭ : ରାଜ୍ୟରେ ବିଭିନ୍ନ ସଂସ୍ଥା ଜମାକାରିଙ୍କ ଟଙ୍କା ହଡପ କରି ଦେଇଥିବାବେଳେ ସେଠାରୁ ବାଦ ପଡିନି ବଲାଙ୍ଗିର ଜିଲ୍ଲା । ବିଗତ ଦିନ ମାନଙ୍କରେ ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ କମ୍ପାନୀ ତରଫରୁ ସ୍ୱୀକୃତି ପ୍ରାପ୍ତ କରି ଚଳେଇଥିବା ସଂସ୍ଥା ଲୋକଙ୍କଠାରୁ ଜମାରାଶି କରାଉଥିବା ଏବଂ ଜମା ହେଉଥିବା ପଇସାକୁ କମ୍ପାନୀ ମାଲିକ ମାନେ ହଡ଼ପ କରିନେଉଥିବା ଭଳି ସଙ୍ଗିନ ଅଭିଯୋଗ ଦୀର୍ଘ ବର୍ଷରୁ ରହିଆସିଛି। ଯେଉଁଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଭୁବନେଶ୍ୱର ଓ ଦିଲ୍ଲୀରେ ଜନଗଣ ଙ୍କୁ ଠକାମୀର ଷଡଯନ୍ତ୍ର କରିଚାଲିଛନ୍ତି। ଲୋକେ ଲୁଣ୍ଠନର ଶିକାର ହେଉଛନ୍ତି। ଯାହାକୁ ନେଇ ଆଜି ମିଳିତ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚର ରାଜ୍ୟ ଯୁଗ୍ମ ଆବାହକ ବିଭୁଦତ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ସତ୍ୟାଗ୍ରହ ସମାବେଶ ଆୟୋଜିତ ହୋଇଯାଇଛି । କୋଶଳ କଳାମଣ୍ଡପ ନିକଟରୁ ଏକ ବିଶାଳ ରେଳିରେ ଜମାକାରୀମାନେ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଦାବି ପତ୍ର ପ୍ରଦାନ କରିଥିଲେ।

ଯେଉଁଥିରେ ସରକାର ଜମାକାରୀ ମଞ୍ଚ ସହ ଆଲୋଚନା କରି ଛୋଟ ବଡ଼ ସବୁ ଜମାକାରୀଙ୍କୁ କେବେସୁଧା ଚିହ୍ନଟ ଓ ଯାଞ୍ଚ କରିବେ, କେବେ ସୁଦ୍ଧା ଟଙ୍କା ଫେରସ୍ତ ଦେବେ, ତ୍ରୁଟିଯୁକ୍ତ ଆଇନ ସଂଶୋଧନ ପାଇଁ କି ପଦକ୍ଷେପ ନେବେ, ଏବଂ ଯାଞ୍ଚ ପରେ ଟଙ୍କା ଫେରସ୍ଥ ପାଇଁ ଆସିଥିବା ଭୁଲ ସଂଶୋଧନ ପାଇଁ ଉପାୟ, ତଥା ଜମାରାଶି ଫେରସ୍ତ ଓ ତ୍ରୁଟିଯୁକ୍ତ ଆଇନ ସଂଶୋଧନ ପାଇଁ ଏପ୍ରର୍ଯ୍ୟନ୍ତ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ୨୨ପେବୃଆରୀ ସୁଦ୍ଧା ରାଜ୍ୟର ସମୂହ ଜମାକାରୀଙ୍କୁ ଜଣାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଚଳିତ ବିଧାନ ସଭାରେ ବି ଉପସ୍ଥାପନା ନ କରିବା ଏବଂ କେନ୍ଦ୍ର ସରକାର ତ୍ରୁଟିଯୁକ୍ତ ଆଇନ ସଂଶୋଧନ କରିବା କଥା କହି ଦ୍ୱିତୀୟଥର କ୍ଷମତାକୁ ଆସିଥିଲେ ମଧ୍ୟ ଏପ୍ରଯନ୍ତ ତ୍ରୁଟିଯୁକ୍ତ ଆଇନ ସଂଶୋଧନର ଚର୍ଚ୍ଚା କରିନାହାନ୍ତି। ତେବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବି,ଆଇ,ଓ ପ୍ରବର୍ତନ ନିର୍ଦ୍ଧେଶାଳୟ ଜବତ କରିଥିବା ସମ୍ପତ୍ତି, ସିବିଆଇ ଅଦାଲତ ଠକ ସଂସ୍ଥାମାନଙ୍କ ଉପରେ କରିଥିବା ଜୋରିମାନା ଅର୍ଥରାଶି ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ଗଠିତ କର୍ପୋସ ପାଣ୍ଠିକୁ ପ୍ରଦାନ କରି ତୁରନ୍ତ ଜମାରାଶି ଫେରସ୍ତ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଜମାକାରୀମାନେ ଦାବି କରିଛନ୍ତି। ଏବଂ ଆଗାମୀ ଦିନରେ ଏପରି ଟାଳଟୁଳ ନୀତି ଯଦି ରୁହେ ତେବେ ସମ୍ପୂର୍ଣ୍ଣ ଭାବେ ବଲାଙ୍ଗିର ଜିଲ୍ଲା ପାଳଙ୍କ କାର୍ୟଳୟ କୁ ଅଚଳ କରିବେ ବୋଲି ଚେତାବନୀ ଦେଇଛନ୍ତି।

 

ବଲାଙ୍ଗରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.