‘ପାଠଶାଳା’ ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର ଉତ୍ସବ

ବିନା ଶୁଳ୍କରେ ଶିକ୍ଷାପ୍ରଦାନ ସହ ଦେଶର ଆଗାମୀ ଭବିଷ୍ୟତଙ୍କ ପାଇଁ ତତ୍ପର ନେହା ଡାଗା

ନୂଆପଡା,୨୬/୭ : ଖରିଆର ରୋଡ ସ୍ଥିତ ସାର୍ବଜନିକ ଧର୍ମଶାଳା ଠାରେ ‘ପାଠଶାଳା’ ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଏକ ଉତ୍ସବ ଆୟୋଜନ କରାଯାଇଥିଲା । ଏହି ଉତ୍ସବ ରେ ଖରିଆର ରୋଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ଖରିଆର ରୋଡ ଆଇଆଇସି ଶ୍ରୀଯୁକ୍ତ ଯୁଗଳ କିଶୋର ମଲ୍ଲିକ, ମହିଳା ନେତ୍ରୀ ଶ୍ରୀମତୀ ଭଗବତୀ ପଟେଲ, ଏନଏସିର ପୂର୍ବତନ ଉପଧ୍ୟକ୍ଷା ଶ୍ରୀମତୀ ସୁଷମା ଗୁପ୍ତା, ପୂର୍ବତନ ୱାର୍ଡ ମେମ୍ବର ଶ୍ରୀଯୁକ୍ତ ପୁରୁଷୋତ୍ତମ ଜାଲ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ ।

 

କୁନି କୁନି ଶିଶୁଙ୍କୁ ଅତିଥି ବୃନ୍ଦ ଅଭିଭାଷଣ କ୍ରମେ ଆତ୍ମବିଶ୍ୱାସ ବୃଦ୍ଧି, କର୍ମଠ ବ୍ୟକ୍ତିତ୍ୱ, ଉଚ୍ଚ ଶିକ୍ଷିତ ଓ ଭଲ ମଣିଷ ହେବା ପାଇଁ କହିଥିଲେ । କାର୍ଯ୍ୟକ୍ରମରେ ଖରିଆର ରୋଡ ସେବା ସମିତି ମହିଳା ଶାଖାର ସଭାପତି ଶ୍ରୀମତୀ ଅର୍ଚନା ଗୁପ୍ତା, ଜୟା ମଲାନୀ, ସୟଦା ଶେଖ, ଲଷ୍ମୀ ବର୍ମା, ଏମ. ଲଷ୍ମୀ ଆଚରି, ହେମା ବର୍ମା, ସୁଷମା ଯୋଶୀ, କିରନ ଢୋଲକିଆ, ସୁରଭି ପାଣିଗ୍ରାହୀ, ରିତୁ କାନଧୋଇ ଓ କେ.ଏସ.ଏସ. ଉପସଭାପତି ଜଗନ୍ନାଥ ନାୟକ, ବିକାଶ ତାଣ୍ଡି, ଦିନୁ କୁମାର, ଗଣେଶ କୁମାର, ବୈଭଭ ନିଗମ, ବିକ୍କୀ ଛାଵଡା, ଦୀପକ ସୋନୀ, ସନ୍ନି ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଜ୍ଞାନ ସିଂ ମାଝୀ ଏବଂ ଗଙ୍ଗା ସାହୁ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲା ବେଳେ ପ୍ରେମ ଚନ୍ଦ ଡାଗା, ପ୍ରଦୀପ ଜୈନ ଓ ଛେଦି ଅଗ୍ରୱାଲ ପରିଚାଳନା ଦାଇତ୍ୱ ତୁଲାଇ ଥିଲେ ।

ପ୍ରକାଶ ଯେ ୨୦୧୮ ଜୁଲାଇ ମାସ ୨୫ ତାରିଖ ରେ ମାତ୍ର ୩ ଟି ଶିଶୁ କୁ ନେଇ ଏହି ପାଠଶାଳା ଆରମ୍ଭ କରା ଯାଇଥିଲା । କେ.ଏସ.ଏସ. ସଭାପତି ଶ୍ରୀଯୁକ୍ତ ନିଶାନ୍ତ ଡାଗା (ବଣ୍ଟି ଡାଗା ) ଓ କେ.ଏସ.ଏସ. ମହିଳା ଶାଖା ସମ୍ପାଦିକା ଶ୍ରୀମତୀ ନେହା ଡାଗାଙ୍କ ମିଳିତ ପ୍ରୟାଶ ରେ ପାଠଶାଳା ନାମକ ଏଭଳି ଏକ ଅନୁଷ୍ଠାନ ନିର୍ମାଣ ହେଲା ।

ଏହି ଅନୁଷ୍ଠାନରେ ଗରିବ ଶ୍ରେଣୀର କୁନି ପିଲା ଯେଉଁମାନେ ଉଚିତ ଶିକ୍ଷାରୁ ବଞ୍ଚିତ ରହିଯାଉଛନ୍ତି କିମ୍ବା ସଚେତନତା ଅଭାବରୁ ଖରାପ ରାସ୍ତାକୁ ଚାଲିଯାଉଛନ୍ତି ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ଓ ସେମାନଙ୍କୁ କିଭଳି ଭାବେ ସମାଜ ରେ ପ୍ରତିଷ୍ଠିତ କରାଯିବ ସେ ପ୍ରତି ଧ୍ୟାନ ଦେବା ହେଉଛି ଏହି ପାଠଶାଳା ର ଉଦେଶ୍ୟ । ଏଥିରେ ଶିକ୍ଷା ଗ୍ରହଣ କରୁଥିବା କୌଣସି ଛାତ୍ରୀ ଛାତ୍ରଙ୍କ ଠାରୁ କୌଣସି ପ୍ରକାର ଶୁଳ୍କ ନିଆ ଯାଇ ନ ଥାଏ । ରଙ୍ଗୋଲି, କମ୍ପୁଟର ଶିକ୍ଷା, ନୃତ୍ୟ, ସଂଗୀତ, ସ୍ପୋକେନ ଇଂଲିଶ, ପର୍ସନାଲିଟି ଡେଭଲପ୍ମେଣ୍ଟ ଭଳି ଅନେକ ପ୍ରକାର ଶିକ୍ଷା ଏଠାରେ କୁନି କୁନି ଛୁଆ ଙ୍କୁ ପ୍ରଦାନ କରାଯାଏ ।

ଉକ୍ତ କାର୍ଯ୍ୟକ୍ରମ ରେ କୁନି କୁନି ଶିଶୁ ମାନେ ସଂଗୀତ, ନୃତ୍ୟ ପରିବେଷଣ କରିଥିଲେ । ଉଚିତ ବ୍ୟବହାର, ସର୍ବାଧିକ ଉପସ୍ଥାନ ଭଳି ଅନେକ ବିଭାଗ କୁ ନେଇ ଛାତ୍ରୀ ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ମଧ୍ୟ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଅଭିନାଶ ଦୀକ୍ଷିତ ଓ ନୀତେଶ ମହାନନ୍ଦ ସାଂସ୍କୃତିକ ବିଭାଗ ପରିଚାଳନା କରିଥିଲେ ।

Report by : Mahendra Kumar Bag (Rahul), Dist. Correspondent Nuapada 
ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.