ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଦାବଯୋରୀ ଗାଁ ଖେଳ ପଡ଼ିଆରେ ରଏଲ ଇଲେଭେନ ଟିମ ଆନୁକୂଲ୍ୟରେ ୧ମ କ୍ରିକେଟ ଟୁର୍ନାମେଣ୍ଟ ସମ୍ପନ୍ନ ହୋଇଯାଇଛି। ଫାଇନାଲ ମ୍ୟାଚରେ ଭିର୍କାପଡ଼ାକୁ ହରାଇ ଭଦ୍ରା ଚମ୍ପିୟାନ ହୋଇଥିଲା। ଟସ ଜିଣି ପ୍ରଥମେ ଭିର୍କାପଡ଼ା ଦଳ ନିର୍ଦ୍ଧାରିତ ୮ ଓଭରରେ ୮୭ ରନ କରିଥିଲା। ଜବାବରେ ଭଦ୍ରା ଦଳ ୮ ଓଭରରେ ୮୮ ରନ କରି ଚମ୍ପିୟାନ ହୋଇଥିଲା। ଅବିନାଶ କର୍ମୀ, ବସୁଦେବ ମାଝୀ ଖେଳ ପରିଚାଳନା କରିଥିବା ବେଳେ ପପୁନ ବକୁଳ ଧାରା ବିବରଣୀ ପ୍ରଦାନ କରିଥିଲେ। ସଭାପତି ରମେଶ କଲତାଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ପ୍ରଦୀପ ଖଣ୍ଡଗିରିଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ବିଜେପି ନେତା ସର୍ବେଶ୍ୱର ମହାପାତ୍ର ମୁଖ୍ୟ ଅତିଥି, ୱାର୍ଡ଼ ସଭ୍ୟ ଗୋବିନ୍ଦ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ହେମନ୍ତ ମିର୍ଦ୍ଧା ଅତିଥି ପରିଚୟ ଓ ସରୋଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ନିଶାମଣି ପଧାନ, ଚତୁର୍ଭୁଜ ବକୁଲ, ଜୟ ଜାନୀ, ପାଣ୍ଡବ କର୍ମୀ, ବିନୋଦ ଚାଉଳିଆ, ବିଜୟ ମେର୍ଲି ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।