ସାମ୍ବାଦିକଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଓଜେୟୁ ସୁବର୍ଣ୍ଣପୁର ଶାଖାର ବିକ୍ଷୋଭ

ସୋନପୁର,୨୭/୭ : ସମାଜର ମଙ୍ଗଳ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କ ପାଇଁ କୌଣସି ପ୍ରକାର ସୂରକ୍ଷା ନଥିବାରୁ ଅନେକ ସମୟରେ ସେମାନେ ପ୍ରଶାସନିକ ଅଧିକାରୀ, ଅସାମାଜିକ ବ୍ୟକ୍ତି ବିଶେଷ ଆଦିଙ୍କ ଦ୍ବାରା ଆକ୍ରମଣର ଶିକାର ହେଉଥିବା ଦେଖାଯାଉଛି । ଯାହାର ନିଚ୍ଛକ ଉଦାହରଣ ହେଲା ନିକଟରେ କେନ୍ଦ୍ରାପଡା ଏସପି ନିତିଶେଖର ଜଣେ ସାମ୍ବାଦିକଙ୍କୁ ଦୂର୍ବ୍ୟବହାର ପ୍ରଦର୍ଶନ କରିବା ଓ ସମ୍ବଳପୁର ଜିଲ୍ଲା ଧନୁପାଲି ଥାନା ଆଇଆଇସି କମଳ ଲୋଚନ ପଣ୍ଡା ଜଣେ ସାମ୍ବାଦିକଙ୍କୁ ମାଡ ମାରିବା ଘଟଣା ।

ରାଜ୍ୟର କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରମଣ କରାଯାଉଛି । ଏହାର ପ୍ରତିବାଦରେ ଓଡିଶା ସାମ୍ବାଦିକ ୟୁନିୟନ (ଓଜେୟୁ) ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଜେୟୁ ସୁବର୍ଣ୍ଣପୁର ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀଙ୍କ ନେତୃତ୍ବରେ ସଂଘର ବରିଷ୍ଠ ସଦସ୍ୟ ପ୍ରକାଶଚନ୍ଦ୍ର ବେର୍ବତ୍ତା, ସମ୍ପାଦକ ମହାଦେବ ମଲ୍ଲିକ, ଦିଲ୍ଲିପ ପାତ୍ର, ରାଜକିଶୋର ତ୍ରିପାଠୀ, ବିବେକାନନ୍ଦ ମିଶ୍ର, ସୁଶାନ୍ତ ସାହୁ, ଶ୍ରୀନିବାସ ଚନ୍ଦ, ଆର୍ତ୍ତତ୍ରାଣ ପାଣିଗ୍ରାହୀ, ବିନୟ ରଞ୍ଜନ ପଧାନ, ଉଗ୍ରେସନ କର୍ମୀ ପ୍ରମୂଖ ଉପସ୍ଥିତ ଥିଲେ । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା ସାମ୍ବାଦିକ ୟୁନିୟନ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଦାବି କରାଯାଇଛି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Click here to join our WhatsApp group

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.