ସୋନପୁର,୨/୮ : ସୁବର୍ଣ୍ଣପୁର ସହରରେ ମଶାର ପାର୍ଦୁଭାବକୁ ରୋକିବା ପାଇଁ ପୈାର ପରିଷଦ ତରଫରୁ ଗୁରୁବାର ସନ୍ଧ୍ୟାରେ ମଶା ନିବାରଣ ଗାଡ଼ି ଦ୍ୱାରା ଧୂଆଁ ସ୍ପ୍ରେ କରାଯାଇଛି । ତେବେ ସୋନପୁର ଅଞ୍ଚଳରେ ରହୁଥିବା ଲୋକମାନଙ୍କ ପ୍ରତି ମଶା ଦାଉ ସାଧୁଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ତମାନ ମଶା ସଂଖ୍ୟା ବହୁତ ବଢିଛି । କିଛି ଜାଗାରେ ଡ୍ରେନ ଗୁଡିକ ଭଲ ଭାବରେ ସଫା ହେଉନଥିବା ଓ କିଛିଯାଗରେ କୁଢ କୁଢ ମଇଲା ପଡିଥିବାରୁ ବର୍ଷା ଋତୁ ଆସିଥିବାରୁ ମଶାଗୁଡିକ ବଂଶ ବିସ୍ତାର କରି ତାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛ । ବର୍ତ୍ତମାନ ଏ ଅଞ୍ଚଳର ଅନେକ ଗ୍ରାମାଞ୍ଚଳ ଗୁଡିକରେ ଫସଲ ହେଉଥିବାରୁ ଉକ୍ତ ଗାଁଗୁଡିକ ଅଧିକାଂଶ ସ୍ଥାନ ସନ୍ତସନ୍ତିଆ ରହୁଛି । ବର୍ଷା ଋତୁ ଆସିଥିବାରୁ ମଶାଗୁଡିକ ବଂଶ ବିସ୍ତାର କରି ତାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ତେବେ ଗ୍ରାମାଞ୍ଚଳ ମାନଙ୍କରେ ମଶାମରା ତେଲ ସିଞ୍ଚନ କରାଯାଉ ନଥିବା ଅଭିଯୋଗ ହୋଇଛି । ତେଣୁ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।