ବାରାଣାସୀ,୧୨/୮ : ଆଜି ପବିତ୍ର ଶ୍ରାବଣ ମାସର ଚତୁର୍ଥ ତଥା ଅନ୍ତିମ ସୋମବାର । ଭଗବାନ ଭୋଳାନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ମନ୍ଦିର ମାନଙ୍କରେ ପରିଳକ୍ଷିତ ହେଉଛି । ଦିଲ୍ଲୀ, ବାରାଣାସୀ, ବିହାର, ଝାରଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା ପ୍ରତ୍ୟକ ଯାଗାରେ ଭଗବାନ ଶିବ ଶଙ୍କରଙ୍କୁ ଜଳଲାଗି କରିବାପାଇଁ ଭକ୍ତଙ୍କ ଲମ୍ବା ଧାଡି ଦେଖାଯାଇଛି ।
ବାରାଣାସୀ, ଏହ୍ଲାବାଦ, ଝାନସୀ, କାନପୁର, ଲକ୍ଷ୍ନୋ, ମେରଠ, ଭୁବନେଶ୍ବର ସହିତ ଅନେକ ସହରରେ ପ୍ରାତଃ କାଳରୁ ଲୋକମାନେ ଶିବ ମନ୍ଦିର ବାହାରେ ପ୍ରବଳ ଭିଡ ଜମେଇଥିବା ଦେଖାଯାଇଛି । ବାରାଣାସୀର କାଶି ବିଶ୍ବନାଥ ମନ୍ଦିର, ଏହ୍ଲାହାବାଦରେ ମନ କାମେଶ୍ବର ମନ୍ଦିର ଆଖପାଖରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ମହାଦେବଙ୍କ ଜୟଘୋଷରେ ମନ୍ଦିର ସବୁ ଗୁଞ୍ଜରିତ ହୋଇ ଉଠୁଛି ।