ଗୁରୁକୁଳ ହରିପୁର ଆଶ୍ରମର ଦଶମ ବାର୍ଷିକୋତ୍ସବ

ଚତୁର୍ବେଦ ପାରାୟଣ ମହାଯଜ୍ଞ, ଉପନୟନ ତଥା ବେଦାରମ୍ଭ ସଂସ୍କାର

ନୂଆପଡା,୧୨/୮ : ସଦର ବ୍ଲକ ସ୍ଥିତ ଗୋଡ଼ଫୁଲା ପଞ୍ଚାୟତ ର ଜୁନାନୀ ଠାରେ ଥିବା ଗୁରୁକୁଳ ହରିପୁର ଆଶ୍ରମର ଦଶମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗୁରୁକୁଳ ଆଶ୍ରମର ସଂଚାଳକ ଡ଼କ୍ଟର ସୁଦର୍ଶନ ଦେବ ଆଚାର୍ଯ୍ୟ, ଆଚାର୍ଯ୍ୟ ଦିଲୀପ କୁମାର ଜିଜ୍ଞାସୁ, ଉପାଚାର୍ଯ୍ୟ ଆଚାର୍ଯ୍ୟ ରାଜେନ୍ଦ୍ର ବର୍ଣ୍ଣି, ଉପସଭାପତି ସୋମନାଥ ପାତ୍ର, କୁଳସଚିବ ଇଂ ସୁଧାକର ପତ୍ରି, ସହ ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ମାଝୀ ପ୍ରମୁଖଙ୍କ ଉପସ୍ଥିତରେ ବିଭିନ୍ନ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

ଏଥିରେ ଚତୁର୍ବେଦ ପାରାୟଣ ମହାଯଜ୍ଞ ର ପୁର୍ଣ୍ଣାହୂତୀ ଆୟୋଜନ କରାଯାଇଥିଲା ଓ ଅଧ୍ୟୟନରତ ବ୍ରହ୍ମଚାରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ, ନବପ୍ରବିଷ୍ଟ ବ୍ରହ୍ମଚାରୀଙ୍କ ଉପନୟନ ଓ ବେଦାରମ୍ଭ ସଂସ୍କାର, ଗୁରୁକୁଳ ର ସମ୍ମାନନୀୟ ଆଚାର୍ଯ୍ୟ ଓ ବ୍ରହ୍ମଚାରୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ବେଦ ପ୍ରଚାର କାର୍ଯ୍ୟକ୍ରମର ଆରମ୍ଭ ହୋଇ ଥିଲା ।

Udyog Nursery
Udyogi Nursery

 

ଏହି କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ପାଢ଼ୀ, ସରୋଜ କୁମାର ସାହୁ (ଭୈରବ ସାହୁ), ଯଦୁମଣି ପାଣିଗ୍ରାହୀ, ଦୃଷ୍ଟି ଗାଡ଼ତିଆ ମାଝୀ, ଅବନୀ ଯୋଶୀ, ରାମ କୁମାର ସାହୁ, ଲୋକନାଥ ରଥ, ଜାଜ୍ଞସିନୀ ମହାପାତ୍ର, ପ୍ରତିଭା ହୋତା ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.