ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ଗ୍ରାମ ପଞ୍ଚାୟତ ନାରିକଟା ଖେଳ ପଡିଆ ଠାରେ ବର୍ଣିବୁଢା କ୍ଲବ ନାରିକଟା ଆନୁକୁଲ୍ୟରେ ଚାଲୁଥିବା ସପ୍ତମ ବର୍ଷ ବର୍ଣିବୁଢା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ପ୍ରଥମ ସେମିଫାଇନାଲରେ ଟିକ୍ରାପଡା ଓ ବାନ୍ଦୁପଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଟିକ୍ରାପଡା ଦଳ ଖେଳ ମାଧ୍ୟମରେ ୧-୦ ଗୋଲ ସ୍କୋର କରି ବିଜୟୀ ହୋଇଛି । ଏଥିରେ ମାନସ ରଞ୍ଜନ ବେହେରା ଭଲ ଖେଳାଳି ଭାବେ ପୁରସ୍କୃତ ହେଲେ। ପ୍ରଥମ ସେମି ଫାଇନାଲ ରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସହକାରୀ ଶ୍ରମ ଅଧିକାରୀ ରଜନୀକାନ୍ତ ଛତ୍ରିଆ, ସମ୍ମାନୀତ ଅତିଥି ଭାବରେ କେଓମାଲ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସୁଶାନ୍ତ ଭୋଇ, ୧୧ ନମ୍ବର ୱାର୍ଡ ର ୱାର୍ଡ ମେମ୍ବର ନୀଳକଣ୍ଠ ଦୀପ ପ୍ରମୁଖ ମଞ୍ଚାସିନ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ରାଧାକାନ୍ତ ବାଗ ଖେଳ ପରିଚାଳନା କରିଥିବା ବେଳେ, ରାଜୀବ ଲୋଚନ ଭୋଇ, ବିମ୍ବାଧର ନାଗ, ଦିଲୀପ ମାଝୀ ଲାଇନ ମେନ୍ ଭାବେ ସହାଯୋଗ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଭୋଇ ଖେଳରେ ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୧୧.୧୨.୨୦୨୫ ରୁ ଆରମ୍ଭ ହୋଇ ୨୧.୧୨.୨୦୨୫ ପର୍ଯ୍ୟନ୍ତ ୧୧ ଦିନ ଧରି ଅନୁଷ୍ଠିତ ହେବ ।ଏଥିରେ ବାର ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ରେ ବେଣୁ ଭୋଇ, ରେବେଲ ମୁରଲୀ, ଫିରୋଜ୍ ଭୋଇ, ରାଜୁ ବାଗ, ଅଜୟ ବାଗ, ଦେବରାଜ ମାଝୀ, ତଥା ବର୍ଣିବୁଢା କ୍ଲବ ନାରିକଟାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।





