ବର୍ଣିବୁଢ଼ା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ଟିକ୍ରାପଡ଼ା ଫାଇନାଲରେ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ଗ୍ରାମ ପଞ୍ଚାୟତ ନାରିକଟା ଖେଳ ପଡିଆ ଠାରେ ବର୍ଣିବୁଢା କ୍ଲବ ନାରିକଟା ଆନୁକୁଲ୍ୟରେ ଚାଲୁଥିବା ସପ୍ତମ ବର୍ଷ ବର୍ଣିବୁଢା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ପ୍ରଥମ ସେମିଫାଇନାଲରେ ଟିକ୍ରାପଡା ଓ ବାନ୍ଦୁପଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଟିକ୍ରାପଡା ଦଳ ଖେଳ ମାଧ୍ୟମରେ ୧-୦ ଗୋଲ ସ୍କୋର କରି ବିଜୟୀ ହୋଇଛି । ଏଥିରେ ମାନସ ରଞ୍ଜନ ବେହେରା ଭଲ ଖେଳାଳି ଭାବେ ପୁରସ୍କୃତ ହେଲେ। ପ୍ରଥମ ସେମି ଫାଇନାଲ ରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସହକାରୀ ଶ୍ରମ ଅଧିକାରୀ ରଜନୀକାନ୍ତ ଛତ୍ରିଆ, ସମ୍ମାନୀତ ଅତିଥି ଭାବରେ କେଓମାଲ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସୁଶାନ୍ତ ଭୋଇ, ୧୧ ନମ୍ବର ୱାର୍ଡ ର ୱାର୍ଡ ମେମ୍ବର ନୀଳକଣ୍ଠ ଦୀପ ପ୍ରମୁଖ ମଞ୍ଚାସିନ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ରାଧାକାନ୍ତ ବାଗ ଖେଳ ପରିଚାଳନା କରିଥିବା ବେଳେ, ରାଜୀବ ଲୋଚନ ଭୋଇ, ବିମ୍ବାଧର ନାଗ, ଦିଲୀପ ମାଝୀ ଲାଇନ ମେନ୍ ଭାବେ ସହାଯୋଗ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଭୋଇ ଖେଳରେ ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୧୧.୧୨.୨୦୨୫ ରୁ ଆରମ୍ଭ ହୋଇ ୨୧.୧୨.୨୦୨୫ ପର୍ଯ୍ୟନ୍ତ ୧୧ ଦିନ ଧରି ଅନୁଷ୍ଠିତ ହେବ ।ଏଥିରେ ବାର ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ରେ ବେଣୁ ଭୋଇ, ରେବେଲ ମୁରଲୀ, ଫିରୋଜ୍ ଭୋଇ, ରାଜୁ ବାଗ, ଅଜୟ ବାଗ, ଦେବରାଜ ମାଝୀ, ତଥା ବର୍ଣିବୁଢା କ୍ଲବ ନାରିକଟାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.