ଓଡ଼ିଶା ପତ୍ରକାର ସଂଘର ୧୬ତମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଲାୟନ୍ସ କ୍ଳବ ପରିସରରେ ଓଡ଼ିଶା ପତ୍ରକାର ସଂଘର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଦୈନିକ ଖବର କାଗଜ “ପ୍ରିୟ ଖବର” ସମ୍ପାଦକ ରାଜ କିଶୋର ଦାସ ଯୋଗ ଦେଇ ସାମ୍ୱାଦିକ ଙ୍କ ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ। ସାମ୍ୱାଦିକ ମାନଙ୍କ ଏକତା ରହିଲେ ସେମାନଙ୍କ ଅଧିକାର ହାସଲ ସମ୍ଭବ ହେବ। ଖାଲି ସେତିକି ନୁହେଁ, ସମାଜ ଗଠନ ଓ ଦୁର୍ନୀତି କ୍ଷେତ୍ରରେ ସୁଧାର ଆସି ପାରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ସାମ୍ୱାଦିକ ମାନେ ଏକ ହେଲେ ତାଙ୍କର ଅଧିକାର ଓ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜିବି ପ୍ରଦୀପ କୁମାର ଦାସ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଛନ୍ତି – ସାମ୍ୱାଦିକଙ୍କୁ ସେମାନଙ୍କ ଅଧିକାର ଯୋଗାଇବା ଓ ସୁରକ୍ଷା ଦେବା ସରକାରଙ୍କ ମୁଖ୍ୟ ଦାୟିତ୍ଵ ଅଟେ। ସମ୍ମାନୀୟ ଅତିଥି ଭାବେ ଓଡ଼ିଶା ପତ୍ରକାର ସଂଘର ରାଜ୍ୟ ଉପ ସଭାପତି ହର ପ୍ରସାଦ ଦାସ ଯୋଗ ଦେଇ ଗ୍ରାମାଞ୍ଚଳରେ ସାମ୍ୱାଦିକଙ୍କ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ସଂଘର ସଭାପତି ସୁରେଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାକୁ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ରାମଦାସ ଲିମା ପରିଚାଳନା କରିଥିଲେ ଏବଂ ଜିଲ୍ଲା ସଭାପତି ରଘୁନାଥ ଲାମ୍ବା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.