ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ବୁଡ଼ାବାହାଲ ଗ୍ରାମପଞ୍ଚାୟତ ଡୁଙ୍ଗରିପାଲି ଗ୍ରାମର ଧର୍ମପରାୟଣ ବ୍ୟକ୍ତି ପୀତବାସ ସାହୁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହେଉଥିଲା। ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଦୁଇଟି ପୁଅ ହର୍ଷବର୍ଦ୍ଧନ ଓ ଧ୍ରୁବଚରଣ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସମସ୍ତ ଝିଅ ଯୁଆଇ ଭାଇ, ନାତି, ନାତୁଣୀ, ଉପସ୍ଥିତ ଥିଲେ।





