ବର୍ଣିବୁଢା କପ୍ ଫୁଟବଲ୍ ଉଦଯାପିତ : ରଜାପଡା ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ ଗଣ୍ଡପତ୍ରାପାଳି ଗ୍ରାମ ପଞ୍ଚାୟତ ନାରିକଟା ଖେଳପଡିଆ ରେ ବର୍ଣିବୁଢା ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ବର୍ଣିବୁଢ଼ା କପ୍ ଫୁଟବଲ୍ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଖେଳରେ ଟିକ୍ରାପଡା ଦଳ କୁ ୧-୦ ରେ ହରାଇ ରଜାପଡା ଦଳ ଚମ୍ପିୟାନ ହୋଇଥିଲା । ବିଜୟୀ ଦଳକୁ ଟ୍ରଫି ସହ ୧୦,୦୦୦ ଟଙ୍କା ରାଶି ଏଵଂ ପରାଜୟ ଦଳ ଟ୍ରଫି ସହ ୭୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଗଲା କୁ ରାଧାକାନ୍ତ ବାଗ ଙ୍କ ଖେଳ ପରିଚାଳନାରେ ରାଜୀବ ଲୋଚନ ଭୋଇ,ସୁବାଷ ଭୋଇ ଓ ଦେବାଶିଶ ମାଝୀ ସହାୟତା କରିଥିଲେ । ସୁରେନ୍ଦ୍ର ମହାନନ୍ଦ ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ନବୀନ ଜୈନ ବିଧାୟକ ଟିଟିଲାଗଡ ସମ୍ମାନିତ ଅତିଥି ଭାବରେ ଡମ ଭୋଇ ପୂଜାରୀ ନାରିକଟା, ରଞ୍ଜନ ବଗର୍ତ୍ତୀ ପୂର୍ବତନ ସରପଂଚ ଗଣ୍ଡପତ୍ରାପାଲି , ବେଲଧର ବଗର୍ତ୍ତୀ ଗନ୍ତିଆ ବଡ଼ମାଳ,ସମାଜସେବୀ ହରେକୃଷ୍ଣ ବଗର୍ତ୍ତୀ, ବଂଶୀଧର ଭୋଇ ଗୋଳାବାରୁଦ କାରଖାନା କ୍ରମଚାରି ସଂଘ ସଂପାଦକ,ସର୍ବେଶ୍ଵର ମହାପାତ୍ର ବରିଷ୍ଠ ବିଜେପି ନେତା ,ପ୍ରେମାନନ୍ଦ ସ୍ୱାଇଁ,ଦେବେନ୍ଦ୍ର ମାଝୀ,ଗ୍ରାମର ଭଦ୍ର ବ୍ୟକ୍ତି କୃଷ୍ଣ ବାଗ, ସାର୍ତିକ କୁମ୍ଭାର,ଫଗନୁ ଭୋଇ,ତୀର୍ଥ ମାଝୀ,ବୁଧ ମାଝୀ, ବିନୋଦ ବାଗ,ଗୌର ଭୋଇ,କୃପା ଭୋଇ, କପୁର ଭୋଇ,ମାର୍କଣ୍ଡ ମିର୍ଦ୍ଧା,ଜଗଦୀଶ କୁମ୍ଭାର,ରାଜେନ୍ଦ୍ର ଭୋଇ,,ପୁରସ୍କାର ବିତରଣ କରିଥିଲେ । ମେନ୍ ଅଫ ଦି ମ୍ୟାଚ୍ ରୀଙ୍କୁ, ପ୍ଲାୟର ଅଫ ଦି ଟୁର୍ଣ୍ଣ।ମେଣ୍ଟ କୈଳାଶ ମାଝୀ,ବେଷ୍ଟ ଗୋଲ କିପର ମାଝୀ ପୁରସ୍କୃତ ହୋଇଥିଲେ ।ପୂର୍ଣ୍ଣଚନ୍ଦ୍ର ଭୋଇ ପରିଚୟ ପ୍ରଦାନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୧୧.୧୨.୨୦୨୫ ରୁ ଆରମ୍ଭ ହୋଇ ୨୧.୧୨.୨୦୨୫ ପର୍ଯ୍ୟନ୍ତ ୧୧ ଦିନ ଧରି ଅନୁଷ୍ଠିତ ହୋଇ ଥିଲା ।ଏଥିରେ ବାର ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ରେ , ଅଜୟ ଭୋଇ, ଜଗନ୍ନାଥ ଭୋଇ, ଦୁର୍ଯୋଧନ ମାଝୀ, ରାଜକିଶୋର ଭୋଇ, ଦିଲୀପ ଜାନୀ, ଦୁରବାସ ଜାନୀ,ପିନ୍ଟୁ ଭୋଇ,ସରୋଜ ଭୋଇ, ରାଜୁ ମଲ୍ଲିକ, ଶଙ୍କର ମାଝୀ, ଦେବରାଜ ମାଝୀ, ଦୀପକ ବାଗ ଜୟନ୍ତ ମାଝୀ, କରୁଣା ଭୋଇ ତଥା ବର୍ଣିବୁଢା କ୍ଲବ ନାରିକଟା ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.