ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଡିଗିରାପଡାରେ ମଙ୍ଗଳବାର କଳସ ଯାତ୍ରାରୁ ଆରମ୍ଭ ହେଲା ୧୬ ପ୍ରହର ନାମଯଜ୍ଞ। ମାଝିଗୌରୀ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଚଳିତ ବର୍ଷ ପଞ୍ଚମ ବର୍ଷ ଭାବରେ ଡିଗିରାପଡାରେ ଅନୁଷ୍ଠିତ ହେଉଛିି ୧୬ ପ୍ରହର ନାମଯଜ୍ଞ। ଏହାକୁ ନେଇ ପଡାବାସୀଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି। ମଙ୍ଗଳବାର ସକାଳ ୭ ଘଣ୍ଟା ସମୟରୁ ବିଧାୟୀକାଙ୍କ ଅନୁଦାନ ପାଣ୍ଠିରେ ନିର୍ମିତ ପ୍ରହରୀ ମଣ୍ଡପର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ତ୍ତା ଭାବରେ ସୂର୍ଯ୍ୟକାନ୍ତୀ ମିର୍ଦ୍ଧା ଓ କୃଷ୍ଣ ମିର୍ଦ୍ଧା ଦମ୍ପତି ଦାଇତ୍ୱ ନିର୍ବାହନ କରିଥିଲେ। ୧୬ ପ୍ରହର ନାମଯଜ୍ଞ ପାଇଁ ମଣ୍ଡପ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ଏନେଇ ମଙ୍ଗଳବାର ଅପରାହ୍ନ ୪ ଘଣ୍ଟା ସମୟରେ କଳସ ଯାତ୍ରା ହୋଇ ଯଜ୍ଞ ମଣ୍ଡପରେ କଳସ ସ୍ଥାପନା ପରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ୭ ଘଣ୍ଟା ସମୟରେ ସୋନପୁର ଜିଲ୍ଲା ବାହାଲଚୁକାରୁ ଆସିଥିବା ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ବୈଠକୀ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ବୁଧବାର ସକାଳ ସକାଳ ୭.୧୫ ରେ ନାମ ଆରମ୍ଭ ହେବ। ଫେବୃୟାରୀ ୨୫ ଓ ୨୬ ଦୁଇଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିବ। ଶୁକ୍ରବାର ସକାଳ ୭.୧୫ ସମୟରେ ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୂତି ପଡିବ। ଡିଗିରାପଡା ୧୬ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ପ୍ରଫୁଲ୍ଲ ପଧାନ ଓ ସମ୍ପାଦକ ଭାବରେ କୃଷ୍ଣଚନ୍ଦ୍ର ମିର୍ଦ୍ଧା ଦାଇତ୍ୱରେ ରହି ଯଜ୍ଞ ପରିଚାଳନା କରୁଥିବା ବେଳେ ଋଷି ପଧାନ, ଗୋବିନ୍ଦ ବଚ୍ଛା, ଲଖପତି ପଧାନ, ଯଦୁପତି ନାଏକ, ସ୍ୱୟମ୍ବର ଭୋଇ, ରୋମାଞ୍ଚଳ ପଧାନ, ଶଙ୍କର ଗଉଡ, ମଦନ ବାଗ, ମଧୁ ରଣା, ଜିତୁ, ଅଜିତ, ଦୁଷ୍ମନ୍ତ ପ୍ରମୁଖଙ୍କ ସମେତ ଡିଗିରା ପଡାବାସୀ ଓ ଯୁବ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି। ନାମଯଜ୍ଞର କର୍ତ୍ତା ଭାବରେ ଦୀପାଞ୍ଜଳୀ ସାହୁ ଓ ବିଜୟ ସାହୁ ଦାଇତ୍ୱ ନିର୍ବାହନ କରୁଥିବା ବେଳେ ପଣ୍ଡିତ ଶୁକ ପାଢୀ ପୂଜକ ଭାବରେ, ମାନସ ପାଢୀ ଓ ସୁଦର୍ଶନ ପାଢୀ ସହଯୋଗୀ ଭାବରେ ପୂଜନ କାର୍ଯ୍ୟ ପରିଚାଳନା କରୁଥିବା ଜଣାପଡିଛି। ଏଥିରେ ନାମଯଜ୍ଞ ସାଙ୍ଗକୁ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହେଉଛି। ଡିଗିରାପଡା, ବେହେରାପାଟି ଓ ସର୍ଗିଗୁଡାର ତିନିଗୋଟି ସଂକୀର୍ତ୍ତନ ଦଳ ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୦ ଗୋଟି ସଂକୀର୍ତ୍ତନ ମଣ୍ଡଳୀଙ୍କୁ ନାମଯଜ୍ଞ ପାଇଁ ନିମନ୍ତ୍ରଣ କରାଯାଇଥିବା ସୂଚନାରୁ ଜଣାପଡିଛି ।





