ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବରାଜୁରାରେ କଳସ ଯାତ୍ରା ସହ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି। ଶତାଧିକ ମହିଳା ଓ ଗ୍ରାମବାସୀ ମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପୂଜା କର୍ତ୍ତା ଭାବେ ନିତ୍ୟାନନ୍ଦ ଛତ୍ରିଆ ଏବଂ ତାଙ୍କ ଧର୍ମତ୍ନୀ ଚନ୍ଦ୍ରା ଛତ୍ରିଆ ଦାୟିତ୍ୱ ତୁଲାଉଥିବା ବେଳେ ପୂଜକ ଭାବେ କାଶୀନାଥ ଦାସ ଦାୟିତ୍ୱ ନିର୍ବାହ କରୁଛନ୍ତି। ଜପକ ଭାବେ ଜୟପ୍ରକାଶ ଦାସ, ଶୁଭମ ଦାସ, ସ୍ୱାଧୀନ ଦାସ ଦାୟିତ୍ୱ ନିର୍ବାହ କରୁଛନ୍ତି। ପୂଜା କମିଟି ସଭାପତି ଛବିରାମ କଟା ସମ୍ପାଦକ ଟୁନୁ ନାଗ ଏବଂ ହସମୁଖ ଛତ୍ରିଆ ଲଷ୍ମୀଧର ବାଗ, ଗିରିଧାରୀ ଛତ୍ରିଆ, ଛବିଳ ବାଗ, ରବି ବାଗ, ଟଙ୍କଧର ବାଗ, କୁଶଦ୍ୱଜ ବାଗ ତୁଲାରାମ ବାଗ, ଯୁଜେଷ କେତକୀ ଏବଂ ଗ୍ରାମବାସି ସହଯୋଗ କରୁଛନ୍ତି।




