ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଫଗୁଣର ଅପୂର୍ବ ରଙ୍ଗରେ ରଙ୍ଗାୟିତ ହେଉଛି ପରିବେଶ। ସବୁଆଡେ ଖୁସିର ମାହୋଲ। ଆଗକୁ ଆସୁଛି ଫଗୁ ଦୋଳଣ। ଏହା ପୂର୍ବରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ନର୍ଲାରୋଡ ଠାରେ ଅନୁଷ୍ଠିତ ହୋଇଛି “ଖାଟୁ ଶ୍ୟାମ ବାବା”ଙ୍କ ଫାଲଗୁନ ମେଳା।
ଚଳିତ ବର୍ଷ ଦ୍ଵିତୀୟ ବର୍ଷ ଭାବରେ ନର୍ଲାରୋଡ ଦୁର୍ଗା ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା ଖାଟୁ ଶ୍ୟାମ ବାବାଙ୍କ ଫାଲଗୁନ ମେଳା। ନର୍ଲାରୋଡ ଓ ନର୍ଲା ଶ୍ୟାମ ପରିବାର ପକ୍ଷରୁ ଏହାର ଭବ୍ୟ ଆୟୋଜନ କରାଯାଇଥିଲା। ନର୍ଲାରୋଡ ଶ୍ୟାମ ପରିବାର ର ବରିଷ୍ଠ ସଦସ୍ୟ ବିମଳ କୁମାର କେଡିଆ, ପୂରବ ଅଗ୍ରୱାଲ, ନିକୁଞ୍ଜ ଦତ୍ତା, ମନୋଜ କୁମାର ଅଗ୍ରୱାଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏଥିରେ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ଶୁଭମ ଜୈନ, ଦୀପକ ଅଗ୍ରୱାଲ, ଦୀପକ ଜୈନ, ଆକାଶ ଅଗ୍ରୱାଲ, ଗଲୁ ଖେତନ, ରାଜା ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ଅନୁରାଗ ଖେତାନ, ମୁକେଶ ଅଗ୍ରୱାଲ, କାଲୁ ଅଗ୍ରୱାଲ, ବିଜୟ ଅଗ୍ରୱାଲ, ସନ୍ଦୀପ ଜୈନ, ଚିକୁ ଅଗ୍ରୱାଲ, ବିକ୍ରମ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ଏହି ଅବସରରେ ଗୁରୁବାର ସନ୍ଧ୍ୟାରେ ନର୍ଲା ଶିବ ମନ୍ଦିର ରୁ ନର୍ଲାରୋଡ ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ୩ କିମି ନିଶାନ ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ ଶ୍ୟାମ ପରିବାରର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ। ଦୁର୍ଗା ମନ୍ଦିର ପରିସରରେ ଶ୍ୟାମ ବାବାଙ୍କୁ ମଞ୍ଚରେ ସ୍ଥାପିତ କରି ସୁସଜ୍ଜିତ ଭାବରେ ସଜାଇ ରାୟପୁର ରୁ ଆସିଥିବା ପଣ୍ଡିତ ମହାଶୟ ଖାଟୁ ଶାମଙ୍କ ପୂଜନ ବିଦ୍ଧି କରିଥିଲେ।
ସୁସଜ୍ଜିତ ମଣ୍ଡପରେ ଶ୍ୟାମ ଙ୍କ ମୁହଁ ଖୋଲିବା ପରେ ତାଙ୍କୁ ଶୋଢ ଉପଚାରରେ ପୂଜା କରଯାଇଥିଲା। ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମାନେ ଜଣ ଜଣ ଆସି “ଶ୍ୟାମ ଜି ମହାରାଜ” ଙ୍କୁ ଅର୍ଘ୍ୟ ଓ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ। ସୁଦୃଶ୍ୟ ଆଲୋକ ମାଳାରେ ସଜ୍ଜିତ ମଣ୍ଡପ ପରିବେଶ ବେଶ ମନୋରମ ହୋଇ ପାରିଥିଲା।

ଶ୍ୟାମ ଜୀ ଙ୍କ ଭଜନ ଓ ଜଣାଣ ପାଇଁ ଛତିଶଗଡ ରାୟପୁର ରୁ ଆସିଥିବା ସ୍ଵତନ୍ତ୍ର ମେଲୋଡି ଟିମ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ବିନୟ ଅଗ୍ରୱାଲ, ଆଶିଷ, ବିକାଶ ଶର୍ମା, କୃଷ୍ଣା ମହାରାଜ ପ୍ରମୁଖଙ୍କ ସମେତ ଦୁଇ ମହିଳା କଣ୍ଠଶିଳ୍ପୀ ରାତି ୧୨ ଟା ଯାଏଁ ଉପସ୍ଥିତ ଭକ୍ତଙ୍କୁ କୃଷ୍ଣ, ରାମ, ଦୁର୍ଗା ଓ ହନୁମାନ ଜୀ ଙ୍କ ଭଜନରେ ଆପ୍ୟାୟିତ କରିଥିଲେ। ଦର୍ଶକ ମହିଳା ଓ ପୁରୁଷ ଭକ୍ତ ମାନେ ମଧ୍ୟ ଝୁମି ଉଠିଥିଲେ କୃଷ୍ଣ ଭକ୍ତିରେ ବିମୋହିତ ହୋଇ। ଶେଷରେ ସାମୁହିକ ପ୍ରାସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ରୁପ୍ରାରୋଡ ର ବରିଷ୍ଠ ସାମ୍ବାଦିକ ଅନୀଲ ଅଗ୍ରୱାଲ, ସୁମିତ ଶର୍ମା, ସୁଲେଖ ଜୈନ, କମରାଲାଲ ଜୈନ, ରୁପ୍ରାରୋଡ ମାରୱାଡି ସମାଜ ର ସଦସ୍ୟ ଆନନ୍ଦ ଅଗ୍ରୱାଲ, ଶିକ୍ଷାବିତ ଶ୍ୟାମ ଶର୍ମା, ରତନ ଅଗ୍ରୱାଲା, ମହେଶ କୋଟକ, ବଣ୍ଟି ଖେତାନ, ଭରତ ଅଗ୍ରୱାଲ, ଅରୁଣ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ରାତ୍ର ୧୨ ଘଣ୍ଟା ସମୟରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଉଦ୍ଦ୍ୟୋକ୍ତା ବିମଳ କୁମାର କେଡ଼ିଆ କାର୍ଯ୍ୟକ୍ରମର ସଫଳତା ନେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




