ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳା ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ

ରାୟଗଡ,୩୦/୧୨ : ଭୁବନେଶ୍ୱରର ଏସପ୍ଳାନେଡ ମଲ’ରେ ବେଆଇନ ପାର୍କିଂ ଫି’ ଆଦାୟ ପ୍ରସଙ୍ଗରେ ଖବର ପ୍ରସାରଣ କରିବାକୁ ଯାଇଥିବା ୱେବ ଚ୍ୟାନେଲ ଅର୍ଗସ ମିଡିଆରେ କାର୍ଯ୍ୟରତ ଜଣେ ମହିଳା ସାମ୍ବାଦିକ ସ୍ୱାତୀ ଜେନା ଓ କ୍ୟାମେରାମ୍ୟାନ ପ୍ରମୋଦ କୁମାର ମହାପାତ୍ରଙ୍କୁ ମଲର କର୍ମଚାରୀଙ୍କ ର୍ଦୁବ୍ୟବହାରର ଓ ମରଣାତ୍ମକ ଆକ୍ରମଣର ଶୀକାର ହୋଇଥିଲେ । ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ଏପରି ଆକ୍ରମଣ ଘଟଣା ସାରା ସାମ୍ବାଦିକ ସମାଜର ସୁରକ୍ଷା ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜଧାନୀରେ ହିଁ ସାମ୍ବାଦିକମାନେ ସୁରକ୍ଷିତ ନ ଥିବା ବେଳେ ସହରାଂଚଳ ଓ ଗ୍ରାମାଂଚଳରେ କାର୍ଯ୍ୟରତ ସାମ୍ବାଦିକମାନେ କେତେ ସୁରକ୍ଷିତ ଏପରି ଘଟଣାରୁ ଅନୁମେୟ କରିହେଉଛି । ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳା ସଦର ମହକୁମାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପକ୍ଷରୁ ଜଣେ ମହିଳା ସାମ୍ବାଦିକ ଓ ତାଙ୍କ କ୍ୟାମେରାମ୍ୟାନକୁ ଆକ୍ରମଣ ଘଟଣାକୁ ନିନ୍ଦା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡ.ସର୍ବଣା ବିବେକ ଏମ.ଙ୍କୁ ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ରରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ମଲ’ର କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସୁରକ୍ଷା ଆଇନ ଯଥାଶୀଘ୍ର ପ୍ରଦାନ କରିବାକୁ ଦାବି କରାଯାଇଛି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ବିରଷ୍ଠ ସାମ୍ବାଦିକ ବାଦଲ କୁମାର ତା’, ଗୋପାଳ ଅଧିକାରୀ, ରାୟଗଡ ଅର୍ଗସ ପ୍ରତିନିଧି ଅଜୟ ରଥ, ରଂଜନ ରଥ, ଗୋପରଂଜନ ବକ୍ସିପାତ୍ର, ନବୀନ ଚନ୍ଦ୍ର ସାହୁ, ଶିବ ନାରାୟଣ ଗଉଡ, ସଂଗ୍ର୍ରାମ ପଟ୍ଟନାୟକ, ନିରଂଜନ ପାଳ,ସନ୍ତୋଷ ପାଣିଗ୍ରାହୀ,ଗୈାରୀଶଙ୍କର ପଟ୍ଟନାୟକ, ସୁବ୍ରତ ଚୈାଧୁରୀ, ସରୋଜ କୁମାର ସାହୁ, ରବିନ୍ଦ୍ର ପାଟ୍ଟଖଣ୍ଡାଳ, ରଶ୍ମିରଂଜନ ଦୋରା, ଭାଗ୍ୟଶ୍ରୀ ମିଶ୍ର, ମନୋଜ କୁମାର ପାତ୍ର, ସନ୍ତୋଷ ଦଳେଇ, ମନୋଜ ସାହୁ, ରାଜେଶ ମହାନ୍ତି, ଶ୍ରୀଧର ଚୈାଧୁରୀ, ଅମୂଲ୍ୟ ନିଶାଙ୍କ, ଦୁର୍ଗାପ୍ରସାଦ ପାଢୀ, ଗୋପିନାଥ ଗଉଡ, ରାମଦାସ ଲିମା, ସ୍ମୃତିରଂଜନ ମହାନ୍ତି, ତୁଷାର ସାହୁ, ସୁଶାନ୍ତ ଦାସ, ଗଜମୋହନ ଗରଡିଆଙ୍କ ସମେତ ଅନ୍ୟ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

_________________________________________

Pearl dental clinic
Near Ashish Medical Store, Bhawanipatna

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.