ଆଦର୍ଶ ବୃତି ପରାମର୍ଶ ଓ ନିଯୁକ୍ତି କେନ୍ଦ୍ରର ଶୁଭାରମ୍ଭ

ରାୟଗଡ,୧୧/୧ : ରାୟଗଡ ଜିଲ୍ଳା ନିୟୋଜନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଦର୍ଶ ବୃତି ପରାମର୍ଶ ଓ ନିଯୁକ୍ତି କେନ୍ଦ୍ରର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରି ଯୁବ ଗୋଷ୍ଠୀଙ୍କୁ ପରାମର୍ଶ ଏବଂ ପ୍ରଶିକ୍ଷଣ ମାଧ୍ୟମରେ ବିଶେଷ ରୋଜଗାରକ୍ଷମ ସୁବିଧା ହାସଲ କରିବା ପାଇଁ ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଳା ଅନ୍ତର୍ଗତ ଜିଲ୍ଳା ପ୍ରଶାସନ,ରାୟଗଡ ଏବଂ ଭାରତୀୟ ଶିଳ୍ପ ମହାସଂଘର ଯୁଗ୍ମ ପ୍ରୟାସ ବୋଲି କହିବା ସହ ଏହି କେନ୍ଦ୍ର ଦ୍ୱାରା ନିଶୁଳ୍କ ରୋଜଗାର ସୁବିଧା ପ୍ରଦାନ କରାଯିବ ଓ ତତସହିତ ବୃତିଗତ ପରାମର୍ଶ ଓ ଆବଶ୍ୟକତା ଅନୁଯାୟୀ ରୋଜଗାରମୁଖୀ ପ୍ରଶିକ୍ଷଣ ମଧ୍ୟ ଉପଲବ୍ଧ ହୋଇପାରିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ । ରାୟଗଡର ଯୁବଗୋଷ୍ଠୀଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀମାନଙ୍କରେ ନିଯୁକ୍ତି ସୁଯୋଗ ଯୁବକମାନଙ୍କ ନିକଟକୁ ପଂହଚାଇ ଦିଆଯିବ । କୈାଣସି ପ୍ରଶିକ୍ଷଣ ବା ନିଯୁକ୍ତି ପୂର୍ବରୁ ଯୁବକମାନଙ୍କୁ ମନୋ ବୈଞାନିକ ପଦ୍ଧତି ପରୀକ୍ଷା କରିବା ପାଇଁ ଅନୁଭୂତି, ବୃତିଗତ ଦକ୍ଷ ପେଷାଧାରୀମାନଙ୍କ ଦ୍ୱାରା ବୃତିଗତ ପରାମର୍ଶ ପ୍ରଦାନ କରାଯିବ । ଏହାପରେ ନିଯୁକ୍ତି ପୂର୍ବରୁ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଦ୍ୱାରା ସାକ୍ଷାତକାର ପାଇଁ ପ୍ରସ୍ତୁତ ହେବା ପାଇଁ ସିବି ତଥା ରିଜ୍ୟୁମ ତିଆରି କରିବାକୁ ହେବ ଏବଂ ବ୍ୟବହାରିକ କୈାଶଳ ପ୍ରୟୋଗ ପ୍ରଶିକ୍ଷଣ ଦିଆଯିବ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ନିଯୁକ୍ତି ପରିଚାଳନା ରୋଜଗାର ମେଳା ଦ୍ୱାରା ରୋଜଗାର ଯୋଗାଇ ଦିଆଯିବ ଜିଲ୍ଳା ନିୟୋଜନ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଟେଟେ ଆଲୋକପାତ କରିଥିଲେ । ସେହିପରି ଜେକେ କାଗଜ କଳର ସିଏସଆର ମୁଖ୍ୟ ପ୍ରଫେସର ପ୍ରଫୁଲ କୁମାର ଧଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିୟୋଜନ କାର୍ଯ୍ୟାଳୟର ରାଜେନ୍ଦ୍ର ଗୈାଡଙ୍କ ସମେତ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.