କଳାହାଣ୍ଡି/ଧର୍ମଗଡ,୧୬/୧ : ଧର୍ମଗଡ ବ୍ଲକ ବେଡେନ ମଣ୍ଡିରେ ରଦ୍ଧ ହୋଇଥିବା ଟୋକନ ପ୍ରଦାନ ଓ ସିଘ୍ର ଧାନ ଉଠାଣ ଦାବିରେ ଆଜି (ଗୁରୁବାର) ଶତାଧିକ ଚାଷୀ ଧର୍ମଗଡ- କୋକସରା ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇପଡିଛି ଥିବା ବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ଚାଷୀ ମାନଙ୍କ କହିବା ଅନୁସାରେ ନନ୍ଦିଗାଁ ପେକ୍ସ୍ ଅଧିନସ୍ତ ବୋଡ଼େନ ଉପମଣ୍ଡି ଠାରେ ସପ୍ତାହକୁ ୨ଦିନ ଧାନ ଉଠାଣ ହେଉଥିବା ବେଳେ ଅନେକ ଚାଷୀ ଧାନ ବିକ୍ରି କରିନପାରି ଦାର୍ଘ ୧୫/୨୦ ଦିନ ହେବ ଶିତ କାକରରେ ମଣ୍ଡିରେ ଧାନକୁ ଜଗିବସିଛନ୍ତି।

ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ସୁଦ୍ଧା କୈାଣସି ସମାଧାନ ହୋଇନଥିବା ଯୋଗୁଁ ଆଜି ଚାଷୀ କୂଳ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କୈାଣସି ଅଧିକାରୀ ପହଞ୍ଚି ନଥିବାବେଳ ଆନ୍ଦୋଳନ ଜାରି ରହିଛି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଜାରି ରଖିଛି।
ସ୍ବତନ୍ତ୍ର ପ୍ରତିନିଧି ଜଗଦିଶ ଚନ୍ଦ୍ର ନାଏକଙ୍କ ସହ ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ odiabarta.in






