ଲାଞ୍ଜିଗଡ଼,୨୧/୧୨:
ଲାଞିଗଡ଼ ରୋଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିଡିଙ୍ଗ ଠାରେ ବହୁ ସମାରୋହରେ ମହା ଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ଗତ ମଙ୍ଗଳବାର ଦିନ ଅପରାହ୍ନ ୪ଘଣ୍ଟା ସମୟରେ କଳସ ଯାତ୍ରା କରି ଅଧିବାସ, ତା ପରଦିନ ବୁଧବାର ସକାଳ ୬ଘଣ୍ଟା୩୦ ମିନିଟ ରୁ ପୂଜାରମ୍ଭ କରି ଶୁକ୍ରବାର ପୂଣ୍ନାହୁତି କରାଯାଇଥିଲା। ଅନ୍ନଦାତ୍ରି ମା ମହାଲକ୍ଷ୍ମୀଙ୍କ ପୂଜାରେ କର୍ତ୍ତାଭାବେ ମନୋହର ବଗର୍ତୀ ଓ ତାଙ୍କ ଧର୍ମପନ୍ତୀ ସାବିତ୍ରୀ ବଗର୍ତୀ , ପୂଜକ ଲମ୍ବୋଧର ପାଢ଼ୀ ଓ ଆଶୁତୋଷ ପାଢ଼ୀ ପୂଜା କାର୍ଯ୍ୟ ତୁଲାଇ ଥିବାବେଳେ ସଭାପତି ପ୍ରମୋଦ କୁମାର ପଣ୍ଡା, ଉପସଭାପତି ଗୋପାଳଦାସ ମହାନନ୍ଦ,ସମ୍ପାଦକ ଗୁଣନିଧି ଛତ୍ରିଆ ,ନିତ୍ୟାନନ୍ଦ ପଣ୍ଡା, ଇଶ୍ବର ବଗର୍ତୀ, ବୁଧୀଆ ବଗର୍ତୀ, ଡିଲେସ କୁମାର ନାଗ,ଦୁଖୀ ଶ୍ୟାମ ନାଗ,ଦେବାନନ୍ଦ ବଗର୍ତୀ, ପଙ୍କଜ ବଗର୍ତୀ, ଦେବେନ୍ଦ୍ର ମାଝୀ, ରାଜ ବଗର୍ତୀ ପ୍ରମୁଖ ସହଯୋଗ କରିଥିଲେ।
Report by Gopaldas Mahanand, Correspondent Lanjigarh odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube