ନର୍ଲା ବ୍ଲକକୁ ଛୁଇଁଲା କରୋନା : ଦିନକରେ ୨ ଚିହ୍ନଟ

ପିପଲପଡ଼ା, ନର୍ଲା, ସର୍ଗିଗୁଡା ଓ ରୁପ୍ରାରୋଡ଼ ସଟ୍ ଡାଉନ୍

ନର୍ଲା,୬/୬(ନିରଞ୍ଜନ ଗୌଡ଼): ନର୍ଲା ବ୍ଲକରେ ପ୍ରଥମଥର ପାଇଁ ଦୁଇ କରୋନା ପଜିଟିଭ୍ ଆକ୍ରାନ୍ତ ଚି଼ହ୍ନଟ ହେଇଛନ୍ତି। ଚି଼ହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ୨୪ ବର୍ଷୀୟ ଯୁବକ ତେଲେଙ୍ଗାନା ସିକନ୍ଦରାବାଦରୁ ଆସି ବେହେରା ସଂଗରୋଧ କେନ୍ଦ୍ରରେ ରହି ଗତ ୨୮ ତାରିଖ ଦିନରୁ ବାଗପୁର ପଞ୍ଚାୟତ ପିପଲପଦର ଗାଁରେ ନିଜ ଘରେ ସଂଗରୋଧରେ ରହିଥିଲେ। ଗତ ୨୯ ତାରିଖ ଦିନ ଦେହ ଅସୁସ୍ଥ ଅନୁଭବ କରିବାରୁ ସେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଚିକିତ୍ସିତ ହୋଇ ନିଜ ଘରକୁ ଫେରିବା ପରେ ଶୁକ୍ରବାର ଦିନ ତାଙ୍କ ସ୍ୱାବ ରିପୋର୍ଟ ପଜିଟିଭ୍ ଆସିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଅନ୍ୟଜଣେ ୩୫ ବର୍ଷୀୟ ଯୁବକ ମୁମ୍ବଇରୁ ଆସି ନର୍ଲା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ଥିଲେ। ଏହି ଦୁଇଜଣ କରୋନା ଚି଼ହ୍ନଟ ହେବାପରେ ନର୍ଲା ପ୍ରଶାସନ ପିପଲ ପଦର ଗ୍ରାମକୁ ୪୮ ଘଣ୍ଟା ଓ ନର୍ଲା ପଂଚାୟତକୁ ୨୪ ଘଣ୍ଟା ସଟ୍ ଡାଉନ୍ ଘୋଷଣା କରିବା ସହ ଆକ୍ରାନ୍ତ ଦ୍ବୟଙ୍କୁ ଭବାନୀପାଟଣା ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ସର୍ଗିଗୁଡା ଓ ରୁପ୍ରାରୋଡକୁ ମଧ୍ୟ ୨୪ ଘଣ୍ଟା ସଟ୍ ଡାଉନ୍ କରାଯାଇଛି। ଏହି ଗ୍ରାମ ଦ୍ବୟକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରିବା ସହ ଏଥିରେ ଥିବା ପ୍ରବାସୀମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ବାଧ୍ୟ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି।

Udyog Nursery
Udyogi Nursery
ନର୍ଲାରୁ ନିରଞ୍ଜନ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.