କଳାହାଣ୍ଡି,୫/୬: କରୋନା ଜନିତ ଲକଡାଉନ ହେତୁ ବ୍ରାହ୍ମଣ ପୁରୋହିତ ଓ ମନ୍ଦିର ସେବକ ମାନେ ଆଉ ପୂଜା ପାଠ କରିପାରୁନାହାନ୍ତି । ଫଳରେ ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ବହୁ ଅସୁବିଧା ସୃଷ୍ଟି ହେଉଛି । ତେଣୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛି ଜୋରାଡବରା ଆଞ୍ଚଳିକ ବ୍ରାହ୍ମଣ ସମାଜ । ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କର୍ଲାମୁଣ୍ଡା ବିଡ଼ିଓ ପ୍ରିୟଦର୍ଶୀନି ମିର୍ଦ୍ଧାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଆଞ୍ଚଳିକ ବ୍ରାହ୍ମଣ ସମାଜର ଏକ ପ୍ରତିନିଧି ମଣ୍ଡଳୀ । ଏଥିରେ ସମାଜର ରବି ନନ୍ଦ, ଡୋଲାମଣି ରଥ, ଚିତ୍ରସେନ ଦାସ, ଅରୁଣ ଦାସ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।