୪ର୍ଥ ବାଟାଲିୟନ ସିଆରପିଏଫ ତରଫରୁ ସ୍ନାନ ପୂର୍ଣ୍ଣିମା ଓ ବିଶ୍ୱ ପରିବେଶ ଦିବସ ପାଳିତ

ରାୟଗଡ,୬/୬: ରାୟଗଡ ଜିଲ୍ଳା ସଦର ମହକୁମାର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡ୍ କ୍ୱାଟର୍ସ ପରିସରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଓ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ହେଡ୍ କ୍ୱାଟର୍ସ ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ସମସ୍ତ ନୀତିକାନ୍ତି ସହ ତିନି ଠାକୁରଙ୍କ ସ୍ନାନ ଉତ୍ସବ ସଂପନ୍ନ କରାଯାଇଥିଲା । ଏଥିରେ ୪ର୍ଥ ବାଟାଲିନୟ ସିଆରପିଏଫ କମାଣ୍ଡଡେଂଟ ୱାଇ.କେ.ରାଜପୁତଙ୍କ ସମେତ ଅନ୍ୟ ପଦାଧିକାରୀ ଓ ଯବାନମାନେ ଉପସ୍ଥିତ ରହି ଭକ୍ତିର ସହ ପୂଜାର୍ଚ୍ଚନା କରିଥିଲେ । କୋଭିଡ-୧୯ଗାଇଡଲାଇନ ପ୍ରକାରେ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖି ସ୍ନାନ ଉତ୍ସବ ପାଳନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଶୁକ୍ରବାର ଦିନ ବିଶ୍ୱ ପରିବେଶ ଦିବସ ଅବସରରେ ହେଡ୍ କ୍ୱାଟର୍ସ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ପରିସରକୁ ସଫାସୁତୁରା କରାଯାଇଥିଲା । ଏହି ଦୁଇଟି କାର୍ଯ୍ୟକ୍ରମରେ ସେକେଣ୍ଡ ଇନ କମାଣ୍ଡଡେଂଟ ଶ୍ରୀମତି ମିତୁ ରଏ,ଡେପୁଟି କମାଣ୍ଡଡେଂଟ ସନ୍ତୋଷ କୁମାର ଏବଂ ସମସ୍ତ ଯବାନମାନେ ସାମାଜିକ ଦୂରତା ରକ୍ଷା କରି ମାସ୍କ ପରିଧାନ କରି ଅଂଶଗ୍ରହଣ କରିଥିବା ନେଇ ଲୋକ ସଂପର୍କ ଅଧିକାରୀ ସରୋଜ ମହାନ୍ତି ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.