ଜୁନାଗଡ଼ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ

ଜୁନାଗଡ଼,୧୦/୧:
କଳାହାଣ୍ଡି କଳା ସଂସ୍କୃତି, ଐତିହ୍ୟ ପରଂପରା, ଲୋକଗୀତ, ଲୋକନୃତ୍ୟର ଅନନ୍ୟ ବାହକ କଳାହାଣ୍ଡି ଉତ୍ସବ ଘୁମୁରା ୨୦୧୯ ଜୁନାଗଡ ଠାରେ ପ୍ରବଳ ଉତ୍ସାହ ଉଦ୍ଦିପନାର ସହ ଉଦଘାଟିତ ହୋଇ ଯାଇଛି । ଜୁନାଗଡ ହାଇସ୍କୁଲ ଖେଳ ପଡିଆ ଠାରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବର ଘୁମୁରାର ଆୟୋଜନ କରାଯାଇଛି ।

Omkar Vasthu
Omkar Vasthu

ତିନି ଦିନ ଧରି ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିବସରେ ମୂଖ୍ୟ ଅତିଥି ଭାବେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ । ପୂର୍ବାହ୍ନ ୧୦. ୩୦ ରେ ମାଁ ଲଙ୍କେଶ୍ୱରୀ ମନ୍ଦିରରେ ପୂଜାର୍ଚନା ପରେ ତ୍ରିନାଥ ମନ୍ଦିରକୁ ମଶାଲ ଏକ ସାସ୍କୃତିକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ଉତ୍ସବ ସ୍ଥଳରେ ପହଞ୍ଚିଥିଲା ।

Pearl dental clinic
Near Ashish Medical Store, Bhawanipatna

ଜୁନାଗଡ଼ ତହସିଲଦାର ତଥା ଉତ୍ସବ କମିଟି ଅଧ୍ୟକ୍ଷ ଉପେନ୍ଦ୍ର ଲୁହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ଜୁନାଗଡ଼ ଏନଏସି ନିର୍ବାହି ଆଧିକାରୀ ଈଶ୍ୱର ପୂଝାରୀ,

Udyog Nursery
Udyogi Nursery

ବ୍ଲକ ଅଧ୍ୟକ୍ଷା ନୁର୍ଯ୍ୟୟ ମlଝି, ଉପାଧ୍ୟକ୍ଷ ଟଙ୍କଧର ନାଏକ, ଜିଲ୍ଲା ପରିଷଦ ସଦସ୍ୟା କାଞ୍ଚନ ବାଗ, ପୂର୍ବତନ ଏନଏସି ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ କନ୍ଧପlନ, ସରପଞ୍ଚ ସଂଘ ସଭାପତି ଶିବ ପ୍ରସାଦ ଭୋଇ ପ୍ରମୁଖ ଯୋଗଦେଇ କଳାହାଣ୍ଡି ଉତ୍ସବର ଆଭିମୂଖ୍ୟ ଉପରେ ଆଲୋକପାତ କରିଥିଲେ । ବୁଧବାର ରାତିରେ ଲଙ୍କେଶ୍ଵର ମଞ୍ଚ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଂଗିନ ହୋଇ ଉଠିଥିଲା ।

ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ ଓଡିଆ ବାର୍ତ୍ତା odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.