ବୀରଗତିପ୍ରାପ୍ତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସ୍ମାଇଲ୍ ସୋସାଇଟି

● ସଭାପତି ଶୁଭମ୍ ସାଈ ଚୀନ୍ ସାମଗ୍ରୀ ବର୍ଜନ ପାଇଁ ନେଲେ ଶପଥ

ବାଲେଶ୍ଵର, ୨୦/୬ : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଗତକାଲି ଶନିବାର ଅପରାହ୍ନରେ ବାଲେଶ୍ଵରରେ ସାମାଜିକ କାର୍ଯ୍ୟ କରୁଥିବା ସଂଗଠନ ‘ସ୍ମାଇଲ ସୋସାଇଟି’ ପକ୍ଷରୁ ଲଦାଖ୍ ଅଂଚଳର ଗଲାଓନ୍ ଘାଟିରେ ଚୀନ୍ ସେନାଙ୍କ ସହିତ ସଂଘର୍ଷରେ ବୀରଗତି-ପ୍ରାପ୍ତ ଭାରତୀୟ ଶହୀଦମାନଙ୍କ ପାଇଁ ଏକ ଶୋକସଭା ଆୟୋଜିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଶୋକସଭାରେ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନଦ୍ଦୁରାମ ସୋରେନ୍ ସମେତ ଶହୀଦ ହୋଇଥିବା ଦେଶର ୨୦ ବୀର ଯବାନଙ୍କୁ ସଲାମୀ ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବୀରଗତି ପ୍ରାପ୍ତ ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଚୀନ ସାମଗ୍ରୀ ବର୍ଜନ ନିମନ୍ତେ ‘ସ୍ମାଇଲ ସୋସାଇଟି’ର ସଭାପତି ଶୁଭମ୍ ସାଇ ମହାପାତ୍ର ଆହ୍ବାନ ଦେଇଥିଲେ।

Udyog Nursery
Udyogi Nursery

ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଭିଜିତ ବିଶ୍ଵାଳ, ହ୍ରିତିକ ନାୟକ, ହିମାଂଶୁ ଦାସ, ବିଭୁଦତ୍ତ ପରିଡ଼ା, ଜ୍ୟୋତିରଞ୍ଜନ ମହାନ୍ତି, ବିବେକ ମହାନ୍ତି, ଦେବକଲ୍ୟାଣ ଗିରି, କୌଶିକ ପଟ୍ଟନାୟକ, ଅଙ୍କିତ ଓଝା ଏବଂ ବିକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.