ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଟୋପାଏ ସିନ୍ଦୂର ଝିଅକୁ ବୋହୂ ରୂପ ଦେଇଥାଏ। ନାରୀ ସୀମନ୍ତରେ ଦପ୍ ଦପ୍ ଜଳୁଥିବା ସିନ୍ଦୂର ତା’ ପତିର ସୁରକ୍ଷା କବଚ ସାଜିବା ସହ ସୁସ୍ଥ ଏବଂ ଦୀର୍ଘଜିବୀ ରହିବାର ବାର୍ତ୍ତା ବହନ କରିଥାଏ। ନାରୀର ସିନ୍ଦୂରରେ ଯଦି କିଛି ଆଞ୍ଚ ଆସିଥାଏ ତା’ ହେଲେ ନାରୀ ନିଜର ସିନ୍ଦୂରର ମର୍ଯ୍ୟାଦା ରକ୍ଷା କରିବା ପାଇଁ ପ୍ରାଣ ପଣେ ଉଦ୍ୟମ କରିଥାଏ। କଳାହାଣ୍ଡି ଲେଖିକା ସଂଘର କାବ୍ୟୋତ୍ସବ ‘ସିନ୍ଦୂରର ଜୟଯାତ୍ରା’ରେ ନିମନ୍ତ୍ରିତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବର୍ଗତଃ କର୍ଣ୍ଣେଲ କୁଞ୍ଜ ବିହାରୀ ମୁଣ୍ଡଙ୍କ ଧର୍ମପତ୍ନୀ ସୁଷମା ମଞ୍ଜରୀ ମୁଣ୍ଡ ଏଭଳି ମତ ପ୍ରକାଶ କରିଥିଲେ। କିପରି ତାଙ୍କର ସ୍ବାମୀ ବିଗତ ବାଂଲାଦେଶ ଏବଂ ପାକିସ୍ତାନର ଯୁଦ୍ଧ କ୍ଷେତ୍ରରେ ସଂଘର୍ଷ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ସିଏ କିପରି ଭାବରେ ନିଜର ସିନ୍ଦୂର ଳର ରକ୍ଷା ପାଇଁ ଭଗବାନଙ୍କ ଶରଣାପନ୍ନ ହୋଇଥିଲେ। ତାଙ୍କ ସ୍ବାମୀ କୁ କିପରି ସରକାର ଙ୍କ ତରଫରୁ ସମ୍ମାନିତ କରାଯାଇଥିଲା ଏବଂ ସାରା ଓଡ଼ିଶାକୁ ତାଙ୍କ ସ୍ବମୀ ବେତାର ଯୋଗେ ସେ ସମୟରେ ବାର୍ତ୍ତା ଦେଇଥିଲେ ତାହାର ମାର୍ମିକ ଉପସ୍ଥାପନା କରିଥିଲେ। ଅପରେସନ ସିନ୍ଦୂରର ସଫଳତାକୁ ନେଇ ଏହି କାର୍ଯ୍ୟକ୍ରମଟି ଭବାନିପାଟଣା ସ୍ଥିତ ବ୍ରଜ ବିହାର ଶିଶୁ ମନ୍ଦିରରେ କଳାହାଣ୍ଡି ଲେଖିକା ସଂଘ ଦ୍ବାରା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ରହ୍ମ ନାଦ କରିଥିଲେ କବୟତ୍ରୀ ପଦ୍ମିନୀ ବେହେରା। ଅତିଥି ଳଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ ସୌନ୍ଦର୍ଯ୍ୟ ବିଶେଷଜ୍ଞା ସୁଜାତା ଠାକୁର ଏବଂ ସରସ୍ୱତୀ ବନ୍ଦନା ଗାନ କରି ଥିଲେ କବୟତ୍ରୀ ସନ୍ଧ୍ଯା ରାଣୀ ବେହେରା। ପ୍ରାରମ୍ଭିକ ସଂଗୀତ ଗାନ କରି ଥିଲେ କଣ୍ଠଶିଳ୍ପୀ ସସ୍ମିତା ରଥ। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ସଭାପତି ସୁଦେଷ୍ଣା ପଣ୍ଡା। ପ୍ରଥମେ ଯୁଦ୍ଧରେ ଶହୀଦ ହୋଇଥିବା ଅମର ଆତ୍ମାଙ୍କ ଉଦ୍ଦେଶ୍ଯରେ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ‘ସିନ୍ଦୂରର ଜୟଯାତ୍ରା’ ଯାତ୍ରା ଅଭିଯାନରେ ଅତିଥି ସହ ସଂଘର ସଭ୍ୟାମାନେ ସାମୂହିକ ବନ୍ଦେମାତରଂ ଧ୍ବନି ପୂର୍ବକ ତ୍ରିରଙ୍ଗା ଦେଖାଇ ବିଜୟ ପର୍ବପାଳନ କରିଥିଲେ। ସଂଘର ସଂପାଦିକା ଯୁଦ୍ଧ ଏବଂ ବିଜୟ ବାର୍ତ୍ତା ପ୍ରଦାନ କରିଥିଲେ। କବୟିତ୍ରୀ ସୁମତି ମୁଣ୍ଡଙ୍କ ସଂଯୋଜନାରେ କବି ଆରହନ ମିଶ୍ର, ପ୍ରେମଶୀଳା ବେହେରା, ଆନନ୍ଦିନୀ ପାତ୍ର, ସୁମତି ମୁଣ୍ଡ, ସସ୍ମିତା ରଥ, ଐଶ୍ଚର୍ଯ୍ୟା ପ୍ରଧାନ, ରଶ୍ମି ରାଣୀ ରଥ, ବନଶ୍ରୀ ଦାସ, ମିନତି ପ୍ରଧାନ, ଦିପ୍ତୀ ମୁଣ୍ଡ, କବିତା ମୁଣ୍ଡ, ସୁଜାତା ଠାକୁର, ସୌଦାମିନୀ ପାଢ଼ୀ, ପଦ୍ମିନୀ ବେହେରା, ସନ୍ଧ୍ଯା ରାଣୀ ବେହେରା, କାଜଲ ମହାରଣା ପ୍ରମୂଖ ୨୫ରୁ ଉର୍ଦ୍ଧ୍ବ କବୟତ୍ରୀ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ କକିଥିଲେ। ଧନ୍ଯବାଦ ଅର୍ପଣ କରିଥିଲେ ସଂଘର ସହ ସମ୍ପାଦିକା ଦୀପ୍ତି ମୁଣ୍ଡ। ଶେଷରେ ବନ୍ଦେମାତରଂ କାଜଲ ମହାରଣା ଏବଂ ସମସ୍ତେ ସମ ସ୍ବରରେ ଗାନ କରି ଥିଲେ। ଶାନ୍ତି ମନ୍ତ୍ରପାଠ କରିଥିଲେ କବୟତ୍ରୀ ପଦ୍ମିନୀ ବେହେରା।