ତୁଳାପଡ଼ା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ; ଜମୁଛି ୩୨ ପ୍ରହର ନାମଯଜ୍ଞ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମେ ମାସ ୨୫ ତାରିଖରୁ ଆରମ୍ଭ ହୋଇଥିବା ନବଦିନ ବ୍ଯାପୀ ତୁଳାପଡା ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ଜୁନ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥି ମଧ୍ୟରେ ଗତ ୨୯ ରୁ ଚାଲିଛି ୩୨ ପ୍ରହର ନାମଯଜ୍ଞ। ନାମଯଜ୍ଞର ତୃତୀୟ ଦିନରେ ଆଜି ଚାଲିଛି ୨୪ ପ୍ରହର। ଯୋର ଜମୁଛି ନାମଯଜ୍ଞ। ପ୍ରବଳ ଭକ୍ତ ସମାଗମରେ ଉତ୍ସବମୁଖର ହୋଇଉଠିଛି ମନ୍ଦିର ପରିସର। ନାମଯଜ୍ଞରେ ଯଜ୍ଞ କର୍ତ୍ତା ଭାବରେ କ୍ଷୀରସିନ୍ଧୁ ପଧାନ ଓ ବିଜୟ ସାହୁ କର୍ତ୍ତା ଦମ୍ପତି ଦାଇତ୍ୱ ନିର୍ବାହନ କରୁଛନ୍ତି। ନାମଯଜ୍ଞରେ ୧୯ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିବା ସୂଚନା ମିଳିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନିମନ୍ତେ ମନ୍ଦିର ପାର୍ଶ୍ୱରେ ଅସ୍ଥାୟୀ ଯଜ୍ଞ ମଣ୍ଡପ କରାଯାଇଥିଲା। ଏହି ଆଠ ଦିନ ମଧ୍ୟରେ ପଞ୍ଚକୁଣ୍ଡୀୟ ଯଜ୍ଞ ସହ ଅଙ୍କୁରାରୋପଣ, କାୟା ଶୁଦ୍ଧି, କଳସାଧିବାସ, ପ୍ରାଣ ପ୍ରତିଷ୍ଠା, ବେଢା ପରିକ୍ରମା, ଅରୁଣ, ଗରୁଡ, ନୀଳଚକ୍ର, ପତିତପାପନ ବାନା ,ପାର୍ଶ୍ବ ଦେବାଦେବୀ ସ୍ଥାପନ ଆଦି କର୍ମ ପରେ ତିନି ଠାକୁରଙ୍କୁ ଗର୍ଭଗୃହରେ ରତ୍ନ ସିଂହାସନରେ ବିରାଜମାନ କରା ଯାଇଥିଲା। ମୁଖ୍ଯ ଆଚାର୍ଯ୍ଯ ଦେବ ପ୍ରସାଦ ଷଡଙ୍ଗୀ, ବ୍ରହ୍ମା ଘନଶ୍ୟାମ ତ୍ରିପାଠୀ, ପୁସ୍ତକ ଆଚାର୍ଯ୍ଯ ଲମ୍ବୋଦର ପାଢୀ, ରଥପ୍ରସାଦ ପାଢୀ, ତ୍ରିଲୋଚନ ତ୍ରିପାଠୀ, ଆଶୁତୋଷ ପାଢୀ, ଧର୍ମା ପାଢୀ, ଦେବ ଖାଡ଼ଙ୍ଗା, ଉମା ପାଢୀ, ବିଷ୍ନୁ ପାଢୀ, ନୀରଦ ତ୍ରିପାଠୀ, ସୁନୀଲ ପାଢୀ ବିଭିନ୍ନ କର୍ମ ,ଯଜ୍ଞ ଆଦି କାର୍ଯ୍ୟ ସଂପାଦନ କରୁଛନ୍ତି। ମୁଖ୍ଯ କର୍ତ୍ତା ଭାବେ ମନମୋହନ ନାୟକ ଓ ଧର୍ମପତ୍ନୀ କେତକୀ ନାୟକ ହୋଇଥିବା ବେଳେ ଆଉ ଛଅଜଣ କର୍ତ୍ତା ଗଙ୍ଗାଧର ନାୟକ, ନେପାଲ ପଧାନ, ଅରୁଣ ନାୟକ, ମଦନମୋହନ ନାୟକ, କ୍ଷୀରସିନ୍ଧୁ ପଧାନ ଓ ବିଜୟ କୁମାର ସାହୁ ସପତ୍ନିକ ଯଜ୍ଞ କର୍ମରେ ବସିଥିଲେ । ଯଜ୍ଞ ରକ୍ଷକ ଭାବେ ଅଭିମନ୍ୟୁ ପଧାନ ଓ ସେବକ ଭାବେ ରୁଦ୍ର ନାୟକ, ସୁଶାନ୍ତ ପଧାନ, ଗୋକୁଳ ଭୋଇ, ଧନ୍ଦେ ବଗର୍ତ୍ତୀ, ଗୋବିନ୍ଦ ଭୋଇ, ଅର୍ଜୁନ ସେନାପତି, ନାଥ ପଧାନ, ଅମୃତ ମାଝୀ, ଅଗ ବଗର୍ତ୍ତୀ ଆଦି ସହଯୋଗ କରିଥିଲେ। ବହୁ ମାତ୍ରାରେ ଭକ୍ତଙ୍କ ସମାଗମ ପରିବେଶକୁ ଆନନ୍ଦମୟ କରୁଛି। ଶ୍ରଦ୍ଧାଳୁମାନେ ରାମକୃଷ୍ଣ ନାମ ରସାମୃତ ପାନ କରି ମୀନା ବଜାର, ଆନନ୍ଦ ବଜାରର ପ୍ରସାଦ ସେବନ କରିବା ସହିତ ଉଲ୍ଲସିତ ମନରେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.