ଉପକୃତ ହେବ ଚାଷୀ : ଏହାରି ମାଧ୍ୟମରେ ଜ୍ଞାନର ଆଦାନ ପ୍ରଦାନ କରିବା ସହ ମରୁଡି ମୁକବଲା ପାଇଁ ଯୋଜନା ପ୍ରସ୍ତୁତି କରିପାରିବେ କୃଷକ
କଳାହାଣ୍ଡି,୨୨/୬: ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଗ୍ରାମ ବିକାଶ କମିଟି ତତ୍ତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ ସିଲଟପଡା ଠାରେ ବିହନ ପାଣ୍ଠି ଉଦଘାଟିତ ହୋଇଯାଇଛି । ଆଜି ସ୍ଥାନୀୟ ୱାର୍ଡ ସଭ୍ୟ ପଦ୍ମାବତୀ ସାହୁ ଏହାର ଶୁଭ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭିଡ଼ିସି ସମ୍ପାଦିକା ଜ୍ୟୋସ୍ନା ମାଝୀ, ସାମାଜିକ କର୍ମୀ ଚୈତନ୍ୟ ସାହୁ, ଭିଡିସି ସଭାପତି ଲଖପତି ମାଝୀ ପ୍ରମୁଖ ଯୋଗଦେଇ ଏହି ବିହନ ପାଣ୍ଠି ଜରିଆରେ ଚାଷୀ ଭାଇ ମାନେ ଜ୍ଞାନର ଆଦାନ ପ୍ରଦାନ କରିପାରିବା ସହ ମରୁଡି ମୁକବଲା ପାଇଁ ଯୋଜନା ପ୍ରସ୍ତୁତି କରିପାରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଇଜିଏସଏସଏସ କର୍ମୀ ପ୍ରଦୀପ କୁମାର ସାହୁ ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in