ବଡଦାଣ୍ଡରେ ଗଡିବ ରଥ

ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨/୬: ପ୍ରକାଶ ପାଇଛି ରଥଯାତ୍ରା ମାମଲାର ଶୁଣାଣୀ । ମଙ୍ଗଳବାର ପୁରୀରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ସିଜେଆଇ ଏସ.କେ. ବୋବଡେ, ଜଷ୍ଟିସ ଦିନେଶ ମାହେଶ୍ବରୀ ଓ ଜଷ୍ଟିସ ଏ.ଏସ. ବୋପାନ୍ନାଙ୍କ ଦ୍ବାରା ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଆଜି (ସୋମବାର) ରଥଯାତ୍ରା ମାମଲାର ଶୁଣାଣୀ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ଏହାପରେ ଜଷ୍ଟିସ ଏସ. ରବିନ୍ଦ୍ର ଭଟ୍ଟ ପୁନର୍ବିଚାର ମାମଲାକୁ ଗ୍ରହଣ କରିବା ସହ ଏହାର ଶୁଣାଣୀ ପାଇଁ ୩ ଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତର କରିଥିଲେ । ଜଷ୍ଟିସ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣୀ କରିଥିଲେ । ଏଥିସହ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢିଥିଲେ ହେବିୱେଟ ଓକିଲ ।

ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରଥଯାତ୍ରା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ବିନା ଭକ୍ତରେ ରଥଯାତ୍ରା ନିମନ୍ତେ ରାଜ୍ୟ ସରକାର ଗଜପତିଙ୍କ ପରାମର୍ଶ ଆଧାରରେ ସତ୍ୟପାଠ ଦାଖଲ କରିଛନ୍ତି । କେନ୍ଦ୍ର ସରକାର ମଧ୍ୟ ସମ୍ମତ୍ତି ପ୍ରଦାନ କରିଛନ୍ତି । ପୂର୍ବ ଶୁଣାଣୀ ବେଳେ ରାଜ୍ୟ ସରକାର ରଥଯାତ୍ରା କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ଫଳରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ନେଇ ରାୟ ଶୁଣାଇଥିଲେ ।

ସଲିସିଟର ଜେନରାଲ କେନ୍ଦ୍ର ସରକାରଙ୍କ ପକ୍ଷରୁ କହିଛନ୍ତି ଯେ, ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରାକୁ ବନ୍ଦ କରାନଯାଉ । କେବଳ ନେଗେଟିଭ ଟେଷ୍ଟ ହୋଇଥିବା ସେବାୟତଙ୍କୁ ଏଥିରେ ସାମିଲ କରାଯାଉ । ଏହାସହ ରଥଯାତ୍ରାର ସିଧା ପ୍ରସାରଣ କରାଯାଉ ବେଲି ସେ କହିଛନ୍ତି ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.