କଳାବ୍ୟାଚ ଧାରଣ କରି ଅଭିନବ ଢ଼ଙ୍ଗରେ ପ୍ରତିବାଦ କଲେ କଳାହାଣ୍ଡି ଫାର୍ମାସିଷ୍ଟ ସେବା ସଂଘର ସଦସ୍ୟ

କଳାହାଣ୍ଡି, (ନରୋତ୍ତମ ସେଲମା): ଓଡିଶା ଫାର୍ମାସିଷ୍ଟ ସେବା ସଂଘର ଆହ୍ୱାନ କ୍ରମେ ବିଭିନ୍ନ ଦାବି ନେଇ ଆଜିଠାରୁ କଳାହାଣ୍ଡି ଫାର୍ମାସିଷ୍ଟ ସେବା ସଂଘର ସଦସ୍ୟ ମାନେ ନିଜ ନିଜ କାର୍ଯ୍ୟସ୍ଥଳୀରେ କଳାବ୍ୟାଚ ଧାରଣ କରି ନିଜ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ସେମାନେ ଯେଉଁ ଦାବି ଗୁଡିକ ପୂରଣ ପାଇଁ ରାଜ୍ୟ ସରକାରଙ୍କ ଠାରେ ଉପସ୍ଥାପିତ କରିଛନ୍ତି, ସେ ଗୁଡିକ ହେଲା କ୍ୟାଡର ପୁନଃରବିନ୍ୟାସ, ଦରମାରେ ଥିବା ଅସଂଗତିର ଦୂରୀକରଣ, ଏମଏଚୟୁ ଓ ଆରବିଏସକେ ଯୋଜନାରେ ଥିବା ଫାର୍ମାସିଷ୍ଟଙ୍କୁ ନିୟମିତ କରିବା ଆଦି ଅନ୍ୟତମ। ଯଦି ଆଗାମୀ ଦଶ ଦିନ ମଧ୍ୟରେ ଏହାର ସମାଧାନ କରା ନ ଯାଏ ତାହେଲେ କୋଡିଏ ତାରିଖ ରୁ କେବଳ ଏମବିବିଏସ ଡାକ୍ତରଙ୍କ ପ୍ରେସକ୍ରିପସନରେ ଔଷଧ ବିତରଣ କରିବା ଛଡା ଅନ୍ୟ କୌଣସି ଅତିରିକ୍ତ କାର୍ଯ୍ୟ କରିବେ ନାହିଁ ବୋଲି ସଂଘ ଚେତାବନୀ ଦେଇଛି। ଏହି ଦାବୀ ସମ୍ପର୍କରେ ଗତ ସାତ ତାରିଖରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସଂଘର ଜିଲ୍ଲା ସଭାପତି ରାଜେଶ୍ୱର ପାତ୍ର, ଉପ ସଭାପତି ରଣଜିତ ପଣ୍ଡା, ସମ୍ପାଦକ ପି ଭବାନୀ ଶଙ୍କର ପାତ୍ର, କୋଷାଧକ୍ଷ ରାଜେନ୍ଦ୍ର କୁମାର ଗୌଡ଼, ମନୋରଞ୍ଜନ ମୁଣ୍ଡ, ସୁକୁମାର ପଣ୍ଡା, ଶକ୍ତି ପ୍ରସାଦ ସିଂ ପୁମୁଖଙ୍କୁ ନେଇ ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.