ଛତିଶଗଡରେ ରହିଛି ଗୋଲାମୁଣ୍ଡା ବ୍ଲକ ଆମ୍ବର ଚାହିଦା

● ସାନଚେରଗାଁରୁ ରାୟପୁର ମଣ୍ଡିକୁ ଗଲା ୫୦ କ୍ୟୁଣ୍ଟାଲ ଆମ୍ବ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଦିନଥିଲା ବାହାର ରାଜ୍ୟର ଆମ୍ବ କଳାହାଣ୍ଡି ଜିଲ୍ଲାରେ ଚାହିଦା ଥିଲା । ଏହି ଚାହିଦାକୁ ଦେଖି ଏଠାକାର ବ୍ୟବସାୟୀମାନେ ବାହାର ରାଜ୍ୟରୁ ଆମ୍ବ ଆଣି ଜିଲ୍ଲା କୋଣ ଅନୁକୋଣରେ ବିକ୍ରିୟ କରୁଥିଲେ । କିନ୍ତୁ ସେ ଦିନ ଆଜି ଆଉ ନାହିଁ । ଆଜି କଳାହାଣ୍ଡିର ଚାଷୀ ଆମ୍ବ ଚାଷରେ ନିଜର କାର୍ଯ୍ୟ ଦକ୍ଷତା ଦେଖାଇ ଏହି ଆମ୍ବ ଆଜି ବାହାର ରାଜ୍ୟରେ ଲୋକପ୍ରିୟତା ପାଇ ପାରିଛି । ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ସାନଚେରଗାଁର ଚାଷୀଙ୍କ ଆମ୍ବ ଛତିଶଗଡର ଲୋକଙ୍କର ପ୍ରିୟ ହୋଇଛି । ଗତ ମେ ମାସ ୩୦ ତାରିଖ ଦିନ ଏହି ଗ୍ରାମରୁ ୩ ଜଣ ଚାଷୀଙ୍କଠାରୁ ରାୟପୁର ଆମ୍ବ ବ୍ୟବସାୟୀମାନେ ପ୍ରାୟ ୪୦ କୂଣ୍ଟାଲରୁ ଅଧିକ ଆମ୍ବ କ୍ରୟ କରି ନେଇଥିଲେ । ପୁଣି ଗତକାଲି ନୂଆପଡା ଜିଲ୍ଲା ଖରିଆର ଅଞ୍ଚଳର ବ୍ୟବସାୟୀ ଆସି ରାୟପୁର ମଣ୍ଡିକୁ ୫୦ କ୍ୟୁଣ୍ଟାଲ ଆମ୍ବ କ୍ରୟ କରି ନେଇଥିବାରୁ ଏହା ଆଗାମୀ ଦିନରେ ଆମ୍ବ ଚାଷୀଙ୍କ ପାଇଁ ଏକ ନୂତନ ଉତ୍ସାହ ଆଣିଛି । ଏହି ବ୍ୟବସାୟୀମାନେ କୃଷ୍ଣଚନ୍ଦ୍ର ନାଗଙ୍କ ବଗିଚାରୁ ୪୦ କ୍ୟୁଣ୍ଟାଲ ମଲ୍ଲିକା ଓ ଆମ୍ରପଲି କିସମର ଆମ୍ବ କ୍ରୟ କରି ନେଇଛନ୍ତି । କୃଷ୍ଣଙ୍କ ଆମ୍ବ ବଗିଚାରେ ଆମ୍ରପଲି, ବାଇଗଣଫଲି, ମଲ୍ଲିକା, ଦଶରୀ, ବମ୍ବେଗ୍ରୀନ, ନିଲମ ଓ ସୁନ୍ଦିର କିସମର ଆମ୍ବ ଗଛ ଥିବା ବେଳେ ଗତଥର ଦଶରୀ ଆମ୍ବ ରାୟପୁର ମଣ୍ଡିକୁ ରପ୍ତାନୀ ହୋଇଥିଲା । ଠିକ ସହିପରି ଉକ୍ତ ଗ୍ରାମର ବରୁଣ ମାଝୀଙ୍କ ବଗିଚାରୁ ପ୍ରାୟ ୧୦ କ୍ୟୁଣ୍ଟାଲ ମଲ୍ଲିକା ଓ ଆମ୍ରପଲି କମିସମରେ ଆମ୍ବକୁ କ୍ରୟ କରି ନେଇଛନ୍ତି ଉକ୍ତ ବ୍ୟବସାୟୀମାନେ । ଉକ୍ତ ଖରିଆର ବ୍ୟବାସାୟଙ୍କ ଅନୁସାରେ ଏହି ଆମ୍ବ ଗୁଡିକ ଛାତିଶଗଡରେ ବେଶ ଚାହିଦା ଥିବାରୁ ସେମାନେ ଏଠାକୁ ଆସି ଆମ୍ବ କ୍ରୟ କରି ନେଉଛନ୍ତି । ବର୍ତ୍ତାମାନ କରୋନା କାଳରେ ଲକଡାଉନ ସମୟରେ ମଧ୍ୟ ବାହାର ବ୍ୟାବସାୟୀମାନେ ଏଠାକାର ଆମ୍ବକୁ ରାୟପୁର ମଣ୍ଡିକୁ ରପ୍ତାନି କରୁଥିବା ବେଳେ ଏଠାକାର ଚାଷୀ ମାଧ୍ୟ ଦୁଇ ପଇସା ରୋଜଗାର କରି ବେଶ ଖୁସ ଅଛି । ଯଦି ସରକାରୀ ସ୍ଥରରେ ଆଗାମୀ ଦିନରେ ଚାଷୀଙ୍କୁ ଆମ୍ବ ଚାଷ ପ୍ରତି ପ୍ରୋତ୍ସାହନ ଯୋଗଇ ଦେଲେ ଚାଷୀମାନେ ଆହୁରି ଲାଭବାନ ହୋଇ ପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.