ପାଗଳା କୁକୁର କାମୁଡ଼ାରେ ୨ ଗୁରୁତର, ଅଞ୍ଚଳରେ ଭୟର ବାତାବରଣ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବସନ୍ତପଡା ଓ କପାଗୁଡା ଗାଁରେ ଗୋଟିଏ ପାଗଳା କୁକୁର ଜଣେ ଶିଶୁ ଓ ଜଣେ ବୟସ୍କ ବ୍ୟକ୍ତିଙ୍କୁ କାମୁଡି ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି।ମଙ୍ଗଳବାର ସକାଳ ୧୦ ଘଣ୍ଟା ସମୟରେ କପାଗୁଡା ଗାଁର ଅକୁର ମାଝୀଙ୍କ ପୁଅ ହରିବନ୍ଧୁ ମାଝୀ(୭)ଙ୍କୁ ପ୍ରଥମେ ପାଗଳା କୁକୁରଟି କାମୁଡିଥିଲା। ହରିବନ୍ଧୁ ନିଜ ଘର ସମ୍ମୁଖରେ ବସିଥିବା ସମୟରେ ହଠାତ୍ କୁକୁରଟି ଆସି ଡାହାଣ ହାତ ଓ ମୁହଁରେ କାମୁଡ଼ି ଥିଲା। ଏହାପରେ ନିକଟସ୍ଥ ଗାଁ ବସନ୍ତ ପଡାର ପ୍ରଫୁଲ୍ଲ ମାଳି(୫୧)ଙ୍କୁ କାମୁଡି ଥିଲା। ପ୍ରଫୁଲ୍ଲ ନିଜ ଘର ଭିତରେ ବସି ଟିଭି ଦେଖୁଥିବା ସମୟରେ କୁକୁରଟି ଘର ଭିତରେ ପଶି ପ୍ରଫୁଲ୍ଲଙ୍କ ପଛପଟ ଅଣ୍ଟାରେ କାମୁଡିବା ପରେ ଡାହାଣ ହାତ କହୁଣୀ ଉପର ମାଂସ ପେଶୀରେ କାମୁଡ଼ି ସେଠାରୁ ପୁଳାଏ ମାଂସ ଛିଣ୍ଡାଇ ନେଇଥିଲା।ଗୁରୁତର ଦୁହିଁଙ୍କୁ ଲାଞ୍ଜିଗଡ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁହିଁଙ୍କ ପ୍ରାଥମିକ ଚିକିତ୍ସା ପରେ ପ୍ରଫୁଲ୍ଲଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ପାଗଳା କୁକୁରଟି ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ଲୋକେ ଭୟଭୀତ ହୋଇ ପଡିଛନ୍ତି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.