କୋକସରା, (ହିରଣ୍ୟ ବେହେରା): ଲଖିରାମ ଅଗ୍ରୱାଲ ମହାବିଦ୍ୟାଳୟ ବେହେରାର ଯୁବରଡକ୍ରସ ଶାଖା ତରଫରୁ ବନମହୋତ୍ସବ ପାଳିତ ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକଙ୍କ ମାର୍ଗଦର୍ଶନରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ବର୍ଗତ ଗଣେଶ ରାମ ନିଆଲଙ୍କ ସ୍ମୃତିରେ ଏକ ନିମ୍ବବୃକ୍ଷ ଅଧ୍ୟକ୍ଷ ଲଗାଇଥିଲେ।ଏହା ବ୍ୟତୀତ ମହାବିଦ୍ୟାଳୟର କର୍ମଚାରୀ ଓ ଯୁବରେଡକ୍ରସ ସ୍ବେଚ୍ଛାସେବୀମାନେ ନିଜ ନିଜ ନାମରେ ବିଭିନ୍ନ ଗଛ ଲଗାଇଥିଲେ।

ମହାବିଦ୍ୟାଳୟ ପାର୍ଶ୍ୱସ୍ଥ ରାସ୍ତା କଡରେ ଏକ ବଟ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ରଂଜନ କୁମାର ପଣ୍ଡା, ଅକ୍ଷୟ ପଟ୍ଟନାୟକ, ନିକୁଞ୍ଜ ବିହାରୀ ସାହୁ, ସୁରେନ୍ଦ୍ର କୁମାର ସାହୁ, ଫକିର ଚଣ୍ଡି ପ୍ରମୁଖ ସାମିଲ ହୋଇଥିଲେ। ଯୁବରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସ୍ବେଚ୍ଛାସେବୀ ନିତେଶ, ଭବାନୀ, ନଳୀନୀ, ନିଳେନ୍ଦ୍ରି, ଲଛମିତା, ଅକ୍ଷୟ, ଠାକୁର, ପ୍ରଶାନ୍ତ, ସୋଲୋମନ, ମାନସ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ। ସାନୁର୍ଯ୍ୟ ଓ ମହାବୀର ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ।





