● ଜୁହାର ଫାଉଣ୍ଡେସନ ଓ ବାସୁ ଫାଉଣ୍ଡେସନ ସହଯୋଗରେ ପ୍ରଥମେ ଯୋଗାଇ ଦିଆଯାଇଥିଲା ଏକ ୧୦ଲିଟର ବିଶିଷ୍ଟ ଅମ୍ଳଜାନ କନସେନଟ୍ରେଟର
କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜୈନ ଶବର ଦିର୍ଘ ଦିନ ଧରି ଯକ୍ଷ୍ମା ରୋଗରେ ପିଡିତ ଥିଲେ । ବର୍ତ୍ତମାନ ତାଙ୍କୁ ଶ୍ବାସନଳୀ ଜନିତ ସଂକ୍ରମଣ ଦେଖାଦେଇଛି । ସବୁଦିନ ପାଇଁ ଅମ୍ଳଜାନ ସୋପୋର୍ଟର ଆବଶ୍ୟକତାକୁ ଦେଖି ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଅନୁରୋଧ କ୍ରମେ ଜୁହାର ଫାଉଣ୍ଡେସନ ଓ ବାସୁ ଫାଉଣ୍ଡେସନ ସହଯୋଗରେ ଏକ ୧୦ଲିଟର ବିଶିଷ୍ଟ ଅମ୍ଳଜାନ କନସେନଟ୍ରେଟର ଗତ ଜୁନ ୩୦ ରେ ତାଙ୍କୁ ମାଗଣାରେ ଦିଆଯାଇଥିଲା । ଅମ୍ଳଯାନ କନସେନଟ୍ରେଟର ଦିନ ରାତି ଚାଲିବା ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହର ଆବଶ୍ୟକ ରହିଛି । ଏଣୁ ଜୈନ ଶବର ଅତ୍ୟନ୍ତ ଗରୀବ ହୋଇଥିବାରୁ ତାଙ୍କ ଘରେ ପାୱାର ବେକପ୍ ପାଇଁ କିଛି ବ୍ୟବସ୍ଥା ନାହିଁ । ତାଙ୍କ ଅସହାୟତାକୁ ହୃଦୟଙ୍ଗମ କରି ଭାଗୀରଥି ଗ୍ରୁପ ମାଲିକ ପ୍ରମୋଦ ଖମାରୀ ଆଗେଇ ଆସି ମାଗଣାରେ ଏକ ଇନଭର୍ଟର ସହ ବ୍ୟାଟେରୀ ଯୋଗେଇଛନ୍ତି । ଜୈନ ଶବରଙ୍କ ପୁଅଙ୍କୁ ଗତକାଲି ରାଜ୍ୟ ଯୁବ ବିଜେଡି ଉପସଭାପତି ମଣ୍ଟୁ ନାଏକ, ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ସାମ୍ବାଦିକ ଚିତ୍ତରଞ୍ଜନ ବିଶିଙ୍କ ଉପସ୍ଥିତିରେ ଇନଭଟରକୁ ହସ୍ତାନ୍ତର କରାଯାଇଛି । ପ୍ରମୋଦ ଖମାରୀଙ୍କ ଏହି ଉଦାରତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଏପରିକି ଜରୁରୀକଳୀନ ପରିସ୍ଥିତିରେ ସହାୟକ ହେବାପାଇଁ ଏକ ଅମ୍ଳଜାନ ସିଲିଣ୍ଡର ମଧ୍ୟ ଯୋଗାଇଦେବା ପାଇଁ ଶ୍ରୀ ଖମାରୀ ପ୍ରତିଶ୍ରୁତି ଦେଇଛନ୍ତି ।