ମା ମାଣିକେଶ୍ୱରୀ ରାଜ୍ୟ ପରିବହନ କର୍ମଚାରୀ ସଂଘ ଭବାନୀପାଟଣାର ନୂତନ କର୍ମକର୍ତ୍ତା ଚୟନ

କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମା ମାଣିକେଶ୍ୱରୀ ରାଜ୍ୟ ପରିବହନ କର୍ମଚାରୀ ସଂଘ ଭବାନୀପାଟଣାର କର୍ମକର୍ତ୍ତା ମାନଙ୍କ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସଂଘର ବରିଷ୍ଠ କର୍ମକର୍ତ୍ତା ମୋହନ କୁମାର ଭଟ୍ଟ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । କାର୍ଯ୍ୟକ୍ଷେତ୍ରରେ ସଂଘର ସଦସ୍ୟ ମାନଙ୍କ ରହିଆସିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସଂଘର କର୍ମଚାରୀ ମାନେ ରାଜ୍ୟ ପରିବହନ ରେ ରାଜ୍ୟ ସରକାରଙ୍କ ଅଧିନରେ ନିଷ୍ଠାର ସହ କାମକରି ୨୦ ରୁ ୨୫ ବର୍ଷ ହୋଇ ସାରିଥିଲେ ମଧ୍ୟ କୌଣସୀ କର୍ମଚାରୀ ନିୟମିତ ହୋଇ ନାହାନ୍ତି । ଏହାବାଦ୍ ନିୟମିତ ଭାବରେ ଦରମା ମଧ୍ୟ ପାଉନଥିବାରୁ ସଂଘ ସଦସ୍ୟଙ୍କ ମଧ୍ୟରେ ରେ କ୍ଷୋଭ ପ୍ରକାଶ ପାଇଥିଲା । ଏବଂ ଏଥିପ୍ରତି ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହାପରେ ସଂଘର କର୍ମକର୍ତ୍ତା ମାନଙ୍କ ସମୟ ଅବଧି ସରିଯାଇଥିବାରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।

Omkar Vasthu
Omkar Vasthu


ମା ମାଣିକେଶ୍ୱରୀ ରାଜ୍ୟ ପରିବହନ ସକର୍ମଚାରୀ ସଂଘ ଭବାନୀପାଟଣାର ନୂତନ ସଭାପତି ଭାବରେ ସିଦ୍ଧାର୍ଥ ନାୟକଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ ସବୁ ସମୟରେ ସଂଘ ପାଇଁ ନିଜର ତନ, ମନ, ଧନ ସମର୍ପଣ କରି ନିଷ୍ଠାର ସହ କାର୍ଯ୍ୟକରି ଆସିଥିବା ମୋହନ କୁମାର ଭଟ୍ଟଙ୍କୁ ସାଧାରଣ ସମ୍ପାଦକ ଭାବରେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସେହିପରି ଉପସଭାପତି ପଦ ପାଇଁ ଭବାନୀଶଙ୍କର ଧଙ୍ଗଡାମାଝୀ ଓ କାର୍ଯ୍ୟକାରୀ ସଭାପତି ପଦବୀ ନିମନ୍ତେ ପ୍ରସାନ୍ତ କୁମାର ଦଳେଇଙ୍କୁ ମନୋନୀତ କରାଯାଇଥିଲା । ସହକାରୀ ସମ୍ପାଦକ ଭାବରେ ସୁବାସ ଚନ୍ଦ୍ର ଲହଜଲ ଓ ଯୁଗ୍ମ ସମ୍ପାଦକ ଭାବରେ ଶିବ ମହାରଣାଙ୍କୁ ମନୋନୀତ କରାଯାଇଥିଲା । କୋଷାଧ୍ୟକ୍ଷ୍ୟ ଭାବରେ ପ୍ରଦୁ୍ୟମ୍ନ କୁମାର ପଟ୍ଟନାୟକ ଓ ବଂଶୀଧର ଜେନା ଏବଂ ସଂଯୋଜକ ଭାବରେ ବିଘ୍ନରାଜ ପୁରୋହିତଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସଂଘରେ ଦୁଇଜଣ ଉପଦେଷ୍ଟା ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ସାରଙ୍ଗ ଧର ମହାରଣାଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ୧୧ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ନବ ନିର୍ବାଚିତ ସଭାପତି ଶ୍ରୀ ନାୟକ ମା ମାଣିକେଶ୍ୱରୀ ରାଜ୍ୟ ପରିବହନ କର୍ମଚାରୀ ସଂଘ ଭବାନୀପାଟଣାର ସଦସ୍ୟ ମାନଙ୍କର ରହିଥିବା ବିଭିନ୍ନ ସମସ୍ୟାକୁ ଗୁରୁତର ସହ ନେଇ ରାଜ୍ୟ ସରକାରଙ୍କୁ ଜଣାଇବେ । ଦୀର୍ଘ ୨୫ ବର୍ଷ କାମ କରିସାରିଥିଲେ ମଧ୍ୟ ନିୟମିତ ହୋଇ ନଥିବା କର୍ମଚାରୀ ମାନଙ୍କୁ ନିୟମିତ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିବେ ଓ ଗତ ମଇ ୨୦୨୧ ରୁ ବକେୟା ରହିଥିବା ଦରମା କର୍ମଚାରୀ ମାନେ କିପରି ଶୀଘ୍ର ପାଇବେ ସେ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ତାଙ୍କ ବକ୍ତବ୍ୟରେ କହିବା ସହିତ ତାଙ୍କୁ ସଭାପତି ଭାବରେ ମନୋନୀତ କରିଥିବାରୁ ସମସ୍ତ ସଦସ୍ୟଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଥିଲେ । ନବ ନିର୍ବାଚିତ ସଭାପତି ଶ୍ରୀ ସିଦ୍ଧାର୍ଥ ନାୟକ ଓ ସାଧାରଣ ସମ୍ପାଦକ ମୋହନ ଭଟ୍ଟ ସଂଘ ପାଇଁ ଅନେକ କିଛି କରି ଆସିଛନ୍ତି । ଆଉ ଆଗକୁ ମଧ୍ୟ ସଂଘର ସ୍ୱାର୍ଥ ଦୃଷ୍ଟିରୁ ଅନେକ କିଛି କରିବେ ବୋଲି ସଂଘର ସଦସ୍ୟ ମାନେ କର୍ମକର୍ତ୍ତା ମାନଙ୍କ ଠାରୁ ଆଶା କରନ୍ତି ବୋଲି ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ଲହଜଲ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.