ଫକୀରମୋହନଙ୍କ ଅପ୍ରକାଶିତ ଲେଖାକୁ ପ୍ରକାଶ କରାଇନଦେବା ଷଡଯନ୍ତ୍ର ବାବଦରେ ବାଲେଶ୍ଵରରେ ତେଜିଲା ଅସନ୍ତୋଷ

● ଅଣନାତୁଣୀଙ୍କ ବିରୁଦ୍ଧରେ ସରକାରଙ୍କୁ ଚିଠି ଲେଖିଲା ଫକୀରମୋହନ ସାହିତ୍ୟ ପରିଷଦ
● ସରକାରଙ୍କ ହସ୍ତକ୍ଷେପ ଦାବି କଲେ ଫକୀରମୋହନ ସାହିତ୍ୟ ପରିଷଦ ଓ ଭାଷା ବିକାଶ ଆନ୍ଦୋଳନ

ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷାର ତ୍ରାଣକର୍ତ୍ତା କଥାସମ୍ରାଟ ଫକୀରମୋହନଙ୍କ ବହୁ ଅପ୍ରକାଶିତ ଲେଖାର ପ୍ରକାଶନକୁ ବିରୋଧ କରୁଥିବା ଘଟଣାକୁ ନେଇ ବାଲେଶ୍ଵରର ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଫକୀରମୋହନଙ୍କ ଅଣନାତୁଣୀ ମିନାକ୍ଷୀ ଦତ୍ତ ତାଙ୍କର ଅପ୍ରକାଶିତ ରଚନାକୁ ପ୍ରକାଶ କରାଇନଦେବା କଥା ସୋସିଆଲ ମିଡିଆରେ ପ୍ରସାରିତ ହେବାପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ବାଲେଶ୍ଵରର ସର୍ବପ୍ରାଚୀନ ଅନୁଷ୍ଠାନ ଫକୀରମୋହନସାହିତ୍ୟ ପରଷଦ ପକ୍ଷରୁ ଏପରି ଏକ କାର୍ଯ୍ୟକୁ ନିନ୍ଦା କରାଯିବା ସହ ସଂସଦର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଓ ସମ୍ପାଦକ ଶ୍ରୀ କୁମାର ଗୋପାଲ ଆଜି ଏକ ମିଳିତ ବିବୃତିରେ ଏହାକୁ ଅପରାଧିକ କାର୍ଯ୍ୟ ବୋଲି କହିଛନ୍ତି। ଏଥିସହ ଶ୍ରୀମତୀ ଦତ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଚିଠି ଲେଖାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବାଲେଶ୍ଵର ଫକୀରମୋହନ ସାହିତ୍ୟ ପରିଷଦ ଏବଂ ବାଲେଶ୍ଵର ଭାଷା ବିକାଶ ଆନ୍ଦୋଳନ ମିଳିତ ଭାବେ ଜନମତ ସୃଷ୍ଟି କରିବା ପାଇଁ ଅବିଲମ୍ବେ ଏକ ଜରୁରୀ ବୈଠକ ଆହ୍ଵାନ କରିଥିବା ଜଣାଯାଇଛି।

Udyog Nursery
Udyogi Nursery

ଏହି ଅଭିଯୋଗ ପତ୍ରର ଏକ ନକଲ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ଫକୀରମୋହନ ସେନାପତିଙ୍କ ସ୍ବହସ୍ତ ଲିଖିତ ଭିନ୍ନ ଏକ ଆତ୍ମଜୀବନୀ ଗ୍ରନ୍ଥର ପାଣ୍ଡୁଲିପି ସହ ତାଙ୍କର ଅପ୍ରକାଶିତ ମହାଭାରତ ତଥା ଅନ୍ୟ କିଛି ଗ୍ରନ୍ଥର ପାଣ୍ଡୁଲିପି ମଧ୍ୟ ଏଯାବତ ଅପ୍ରକାଶିତ ହୋଇ ତାଙ୍କ ଅଣନାତୁଣୀ ମିନାକ୍ଷୀ ଦତ୍ତଙ୍କ ନିକଟରେ ଗଚ୍ଛିତ ରହିଛି। ଶହେ ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ବାକ୍ସ ଭିତରେ ବନ୍ଦୀ ହୋଇ ରହି ତାହା ଜରାଜୀର୍ଣ୍ଣ ଅବସ୍ଥାକୁ ଆସିସାରିଲାଣି। ସୁଖର କଥା ଯେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓ ପ୍ରାବନ୍ଧିକ ଲଲାଟେନ୍ଦୁ ଦାଶମହାପାତ୍ର ଶ୍ରୀମତୀ ଦତ୍ତଙ୍କ ଠାରୁ ସେହି ପାଣ୍ଡୁଲିପି ସଂଗ୍ରହ କରି ତାହାର ପାଠୋଦ୍ଧାର କରିଛନ୍ତି। ମାତ୍ର ପରିତାପର ବିଷୟ ଯେ, ସେହି ଦୁର୍ମୁର୍ଲ୍ୟ ଗ୍ରନ୍ଥର ପ୍ରକାଶନ ଓ ଲୋକାର୍ପଣ ପାଇଁ ଶ୍ରୀମତୀ ଦତ୍ତ ଅନୁମତି ଦେଉନାହାନ୍ତି। ଅଧିକନ୍ତୁ ଦୁଇ ସଂଗ୍ରାହକଙ୍କ ନାଁରେ ମୋକଦ୍ଦମା କରିଛନ୍ତି। ତେବେ ଫକୀରମୋହନଙ୍କ ଅପ୍ରକାଶିତ ପାଣ୍ଡୁଲିପି ଓଡ଼ିଶାର ଏକ ଜାତୀୟ ସମ୍ପତ୍ତି। ଷାଠିଏ ବର୍ଷ ପରେ କୌଣସି ଲେଖକଙ୍କ ଲେଖା ଉପରେ ପରିବାରର କପିରାଇଟ ଅଧିକାର ରହିବ ନାହିଁ ବୋଲି ବିଧିବ୍ୟବସ୍ଥା ଥିବାବେଳେ ଶ୍ରୀମତୀ ଦତ୍ତ କେଉଁ ଆଇନ ବଳରେ ଏବଂ କେଉଁ ଉଦ୍ଦେଶ୍ୟରେ ଫକୀରମୋହନଙ୍କ ଲେଖାକୁ ପ୍ରକାଶ କରିବାକୁ ବିରୋଧ କରୁଛନ୍ତି, ତାହା ଏବେ ଏକ ବିରାଟ ପ୍ରଶ୍ନବାଚୀ ହୋଇ ଛିଡାହୋଇଛି।ଲେଖାସବୁକୁ ପ୍ରକାଶ ନକରି ଗୁପ୍ତ କରି ରଖିବା ଯେକୌଣସି ବ୍ୟକ୍ତି ପକ୍ଷରେ ଏକ ଅପରାଧ ବୋଲି ମତ ପ୍ରକଶ ପାଉଛି। ଶ୍ରୀମତୀ ଦତ୍ତଙ୍କ ସହ ଯୋଗାଯୋଗ କରି ଅପ୍ରକାଶିତ ପାଣ୍ଡୁଲିପି କିପରି ପ୍ରକାଶ ହୋଇପାରିବ ସେଥିପାଇଁ ଉଦ୍ୟମ କରିବାକୁ ଫକୀରମୋହନ ସାହିତ୍ୟ ପରିଷଦସରକାରଙ୍କୁ ଅନୁରୋଧ କରିଛି। ବିଳମ୍ବ ହେଲେ ସମସ୍ତ ପାଣ୍ଡୁଲିପି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି। ଆବଶ୍ୟକ ପଡିଲେ ସରକାରୀ ନିୟମ ଅନୁଯାୟୀ ସେହି ଜାତୀୟ ସମ୍ପତ୍ତିକୁ ଅଧିଗ୍ରହଣ ମଧ୍ୟ କରାଯାଇପାରିବ ବୋଲି କହିଛନ୍ତି। ଏଥିପାଇଁ ଫକୀର ମୋହନ ସାହିତ୍ୟ ପରିଷଦ ଓ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଆସନ୍ତା ବୁଧବାର ଦିନ ପବିତ୍ର ଶାନ୍ତି କାନନରେ ଏକ ଜରୁରୀ ବୈଠକ ବସୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.