ଜୁନାଗଡ, (ରାକେଶ ବେମାଲ): ଜୁନାଗଡ଼ ବ୍ଲକ ଅଟିଗାଁ ପଞ୍ଚାୟତର କାନ୍ଦୁଳ ଗୁଡା ଗ୍ରାମରେ ମନରେଗା ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ଆଡ଼କଟା ବନ୍ଧ ପୁନଃ ଉଦ୍ଧାର କରାଯାଇଥିଲା। ହେଲେ ଏହିକାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନେ ଦୁଇ ମାସରୁ ଉର୍ଦ୍ଧ ସମୟ ହେବ ଶ୍ରମ ପ୍ରପ୍ୟ ପାଇପାରି ନାହାନ୍ତି। ତେଣୁ ସେମାନେ ହଇରାଣ ହରକତ ହୋଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେଣୁ ପ୍ରଶାସନ ଶ୍ରମିକମାନଙ୍କୁ ଶିଘ୍ର ପ୍ରାପ୍ୟ ଯୋଗାଇଦେବାକୁ ବ୍ଲକ ଉପାଧ୍ୟକ୍ଷ ଟଙ୍କଧର ନାଏକ ଦାବୀ କରିଛନ୍ତି।