ବିର ସହିଦ୍ ମାନଙ୍କୁ ଗୋପବନ୍ଧୁ ପାଠାଗାର ର ଅଶୃଳ ଶ୍ରଦ୍ଧାଞ୍ଜଳୀ 

ଟିଟିଲାଗଡ,୧୯/୨: ଗତ ୧୪ ଫେବୃଆରୀ ଗୁରୁବାର ଦିନ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ଅବନ୍ତିପୋରା ର ଗୋରିପାରା ଅଞ୍ଚଳର ଜତୀୟ ରାଜପଥ ଉପରେ ୭୦ ଟି ଗାଡିରେ ୨୫୦୦ ସିଆରପିଏଫ ଯବାନ ମାନେ ଜାମ୍ମୁରୁ ଶ୍ରୀନଗର ଆଭିମୁଖେ ଯାଇଥିବା ବେଳେ ଗୋଟିଏ ଭ୍ୟାନ୍ କୁ ଟାର୍ଗେଟ କରି ଜଣେ ଆତ୍ମଘାତୀ ଏକ ବିସ୍ଫୋରକ ବୋଝେଇ ସ୍କର୍ପିଓକୁ ଆଣି ଧକ୍କା ଦେଇଥିବା ଫଳରେ ଗୋଟିଏ ଭ୍ୟାନ୍ ବିସ୍ଫୋରଣ ରେ ଉଡିଯାଇଥିଲା।

Omkar Vasthu
Omkar Vasthu

ତା ଭିତରେ ଥିବା ୪୪ ଜଣ ଯବାନ ଏଣେ ତେଣେ ଛିଟିକିି ଯାଇଥିଲେ ଓ ଭାରତ ନିଜର ୪୪ଜଣ ବିର ସନ୍ତାନ କୁ ହରାଇଥିବା ବେଳେ ଘଟଣାଟି ସମଗ୍ର ଭାରତକୁ ସ୍ତବ୍ଧ କରିଦେଇଥିଲା । ଏବେ ମଧ୍ୟ ପ୍ରତିଶୋଧର ନିଆଁ ଜଳୁଛି ସମସ୍ତ ଭାରତୀୟ ମାନଙ୍କ ହୃଦୟ ଭିତରେ ।

Pearl dental clinic
Near Ashish Medical Store, Bhawanipatna

ସେହି ୪୪ଜଣ ବିର ସହିଦ ଯବାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ କିନିଯୁରୀ ଠାରେ ଗୋପବନ୍ଧୁ ପାଠାଗାର ତରଫରୁ “ପାକିସ୍ତାନ ମୁର୍ଦାବାଦ୍” ଓ “ହିନ୍ଦୁସ୍ତାନ ଜିନ୍ଦିବାଦ୍” ର ନାରା ଦେଇ ଜଗନ୍ନାଥ ଛକ୍ ଠାରୁ ପାଠାଗାର ପର୍ଯ୍ୟନ୍ତ କ୍ୟାଣ୍ଡେଲ୍ ରେଲି କରି ସ୍ଥାନୀୟ ପାଠାଗାର ଠାରେ ସହିତ ଯବାନ ମାନଙ୍କ ଫଟୋଚିତ୍ର ରେ ଶ୍ରଧାଞ୍ଜଳୀ ଅର୍ପଣ କରିବା ସହିତ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ।

Udyog Nursery
Udyogi Nursery

ଉକ୍ତ ସହିଦ ଶ୍ରଦ୍ଧାଞ୍ଜଳୀରେ ପାଠାଗାର ର ସଭାପତି ଶ୍ରୀଯୁକ୍ତ ଯୁଗିରାମ ଚନ୍ଦନ, ସମ୍ପାଦକ କିଶାନ ଚନ୍ଦନ, କୋଷାଧ୍ୟକ୍ଷ ବିନାୟକ ସାହୁ, ପୂର୍ବତନ ସଭାପତି ଦେବସାଗର ଚନ୍ଦନ, ଉପ ସଭାପତି ତ୍ରିଲୋଚନ ଦିସ୍ରୀ, ସହ ସମ୍ପାଦକ ସୁରେନ୍ଦ୍ର ସାହୁ ଓ ବୈଶାଖୁ ଚନ୍ଦନ, ଲାଇବ୍ରେରୀଏନ୍ ହୃଦ ଚନ୍ଦନ, ଦୁଷ୍ମନ୍ତ ଚନ୍ଦନ ତଥା ରୋହିତ ଚନ୍ଦନ, ବ୍ରଜ ଚନ୍ଦନ, କୁନୁ ଚନ୍ଦନ, ଗୋବର୍ଦ୍ଧନ ପୋଢ, ବୈଦ୍ୟ ଚନ୍ଦନ, ସଞ୍ଜୟ ଚନ୍ଦନ, ଗୁଣମଣୀ ଚନ୍ଦନ, ରୁକ୍ମଣ ଚନ୍ଦନ, ଗୁଣମଣୀ ଚନ୍ଦନ, ସୁଶାନ୍ତ ବିଶି, ଭୀଷ୍ମ ପୋଢ, ପୁରୁନ୍ଦର ମାଝୀ, ହଜାରୀ ଚନ୍ଦନ, ଯୁଗଳ ବିଶି, ଉତ୍ତମ ଭୋଇ, ଛବି, ନରେଶ, ବୈଲୁଚନ ପ୍ରମୁଖ ଯୋଗଦେଇଥିଲେ ।

ଏନେଇ ବିନାୟକ ସାହୁଙ୍କୁ ପଚାରିବାରୁ ସେ “ପୁଲୱାମାରେ ଆମର ସହିଦ ଯବାନ ମାନଙ୍କୁ ପଛପଟୁ ଆକ୍ରମଣ କରୁଥିବା ପାକିସ୍ତାନ କୁ ରକ୍ତ ର ଜବାବ ରକ୍ତ ରେ ଦିଆଯିବା ସହିତ ଆଗାମୀ ଦିନରେ ଭୌଗୋଲିକ ମାନଚିତ୍ରରେ ପାକିସ୍ତାନ ର ମାନନିସାନା ମିଟେଇବା ନେଇ ପାକିସ୍ତାନ ମୁର୍ଦାବାଦ ଓ ହିନ୍ଦୁସ୍ତାନ୍ ଜିନ୍ଦାବାଦ୍” ବୋଲି କହିଛନ୍ତି ।

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.