କୋଭିଡ଼ କଟକଣାରେ ପାଳିତ ହେଲା ଆମପାଣି ବୁଢାରଜାଙ୍କ ଦଶରା

କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟି ମୁଣ୍ଡରେ ପୁଜା ପାଉଥିବା ପ୍ରଭୁ ବୁଢାରଜା ଦେବଙ୍କ ବାର୍ଷିକ ଦଶ୍‌ରା ଶନିବାର କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । କୋଭିଡ କଟକଣାକୁ ନେଇ ପ୍ରଶାସନ ତରଫରୁ ଜାରି ହୋଇଥିବା ୧୪୪ ଧାରାକୁ ବଲବତ୍ତ ରଖି ପୂଜାକାର୍ଯ୍ୟ ସମାପନ ହୋଇଛି । ଶନିବାର ସକାଳ ୬ ଘଣ୍ଟାରୁ ଆରମ୍ଭ ହୋଇଥିବା ୧୪୪ ଧାରା ରବିବାର ୧୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ । ବିଧିରକ୍ଷା ପୂର୍ବକ ପୂଜକଙ୍କ ଉପସ୍ଥିତିରେ ଦଶରା ପାଳନ ହୋଇଥିବା ବେଳେ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶନ ପାଇ ପାରିଥିଲେ ।

Omkar Vasthu
Omkar Vasthu


ପ୍ରତି ବର୍ଷ ଯାତ୍ରାରେ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏହା ସହ ମାନସିକ ଧାରୀ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଚଳିତ ବର୍ଷ ମଧ୍ୟ କରୋନା କଟକଣା ଯୋଗୁଁ ପ୍ରଶାସନ ଏହି ଦଶରା ଉପରେ ପ୍ରତିବନ୍ଧକ ଲଗାଇଛି । ତେଣୁଁ କୌଣସି ଲୋକ ଘରୁ ବାହାରି ନ ଥିବାବେଳେ ଶ୍ରଧାଲୁ ମାନେ ନିଜ ଘର ଆଗରେ ରହି ଲାଠି ଶୋଭାଯାତ୍ରାକୁ ଦେଖି ନଡିଆ ଭାଙ୍ଗିଥିଲେ । ଭକ୍ତ ମାନେ ପ୍ରଭୁ ବୁଢାରଜାଙ୍କୁ ଦର୍ଶନ କରି ପାରି ନଥିବାବେଳେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ କ୍ଷୋଭ ଦେଖାଦେଇଛି । ନିଜର ଆରାଧ୍ୟ ଦେବତା ପ୍ରଭୁ ବୁଢାରାଜାଙ୍କ ଦର୍ଶନ ପାଇଁ ବର୍ଷ ସାରା ଶ୍ରଦ୍ଧାଳୁ ଚାହିଁ ରହିଥାନ୍ତି । ହେଲେ ପ୍ରଶାସନର କଟକଣା ଯୋଗୁଁ ନିଜର ଆରଧ୍ୟ ଦେବତା ପ୍ରଭୁ ବୁଢାରଜାଙ୍କୁ ଦର୍ଶନ କରି ପାରି ନଥିଲେ । ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚାପେଦାରଙ୍କ ନେତୃତ୍ୱରେ କୋକସରା ଥାନା ଅଧିକାରୀ ରମଣୀ ରଞ୍ଜନ ଦଳେଇ, ଆମପାଣି ଥାନା ଅଧିକାରୀଣି ଚତୁର୍ଭୂଜ ନାଏକ, ସେମତେ ଶାନ୍ତି ଶୃଙ୍ଖଳା ନିମନ୍ତେ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା । ତେବେ ଚଳିତ ବର୍ଷ ମଧ୍ୟ ଅଳ୍ପ ସଂଖ୍ୟକ ଭକ୍ତରେ ପ୍ରଭୂ ବୁଢାରଜାଙ୍କ ଦଶରା ସମାପନ ହୋଇଛି । ପୂଜା କମିଟି ପକ୍ଷରୁ ପ୍ରଶସନର ସମସ୍ତ ନିୟମକୁ ପାଳନ କରି ପୂଜାକାର୍ଯ୍ୟ କାରାଯାଇଥିବା ନେଇ କମିଟି ପକ୍ଷରୁ ସୂଚନା ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna


ପୋଲିସ ପ୍ରଶାସନ ପକ୍ଷରୁ ଜଣେ ଡ଼ିଏସପି ନେତୃତ୍ୱରେ ତିନି ଥାନା ଅଧିକାରୀ, ଆଇଆରବି ୨ ବାଟାଲିଅନ୍‌, ଏପିଆର ୨ ବାଟାଲିଅନ୍ ମୁତୟନ ରହିଥିବାବେଳେ ମନ୍ଦିର କମିଟି ପକ୍ଷରୁ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡାମାଝୀ, ଋତୁରାଜ ମାଝୀ, କୁମୁଦ ପୁଝାରୀ, ସୁରେଶ ଚନ୍ଦ୍ର ସାହୁ, ତ୍ରିନାଥ ପ୍ରସନ୍ନ ରାୟ, ଜିତେନ୍ଦ୍ର ପଣ୍ଡା, ବିନୋଦ ବିହାରୀ ସିଂ, ବିଘ୍ନେଶ୍ୱର ନାଏକ, ରହସ୍ୟ ନାଏକ, ଦୟାନିଧି ନାଏକ, ପ୍ରଶାନ୍ତ ମୁନି, ନିତ୍ୟାନନ୍ଦ ମାଝୀ, ଅଜୟ ପଣ୍ଡା, ନକୁଳ ବାଣୁଆ, ବିଜୟ ପଣ୍ଡା, ପ୍ରମୂଖ ଚଳିତ ବର୍ଷ ବୁଢ଼ାରଜା ଦଶରା ପରିଚାଳନା ରେ ସହଯୋଗ କରିଥିଲେ ।ବୁଢ଼ାରଜା ମନ୍ଦିରର ମୁଖ୍ୟ ପୁଝାରି ଫକୀର ମୋହନ ପୁଝାରି ସମେତ ପ୍ରମୋଦ ପୁଝାରି, ଦୋଳଗୋବିନ୍ଦ ପୂଜାରୀ, କିଶନ ପୁଝାରି ପ୍ରମୁଖ ବୁଢ଼ାରଜା ଦେବଙ୍କ ପୂଜାର୍ଚ୍ଚନା କରିଥିଲେ । ତେବେ ପ୍ରଶାସନର ୧୪୪ ଧାରା ଯୋଗୁଁ ବୁଢ଼ାରଜାଙ୍କ ବାର୍ଷିକ ଦଶରା ପାଇଁ ଭକ୍ତଙ୍କ ମଧ୍ୟରେ ନିଜର ଆରାଧ୍ୟ ଦେବ ଙ୍କ ଦର୍ଶନ ନ ପାଇ ନିରାଶ ହୋଇଥିବା ଦେଖିବାକୁ ମିଳିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.