CRPF ଯବାନ ରଶ୍ମିରଞ୍ଜନ ଲେଙ୍କାଙ୍କୁ ସଦର ମାଟିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

କିଶନନଗର, (ଶରତ କୁମାର ଜେନା): ସି.ଆର.ପି.ଏଫ. ଯବାନ ରଶ୍ମିରଞ୍ଜନ ଲେଙ୍କାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କଟକ କନ୍ଦରପୁର ତଥା ସଦର ବାସିନ୍ଦା। ଏହା କନ୍ଦରପୁର ଅଞ୍ଚଳ ପାଇଁ ଏକ ଶୋକାକୁଳ ପରିବେଶ ଥିଲା। ରଶ୍ମିରଞ୍ଜନ ଅମର ରହେରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଯବାନ ରଶ୍ମିରଞ୍ଜନଙ୍କର ଆଜିର ଏହି ଶେଷ ଯାତ୍ରାରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଲୋକଙ୍କ ସହ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, କଟକ ଜିଲ୍ଲା କଂଗ୍ରେସର ଉପ ସଭାପତି ମାନସ ରଞ୍ଜନ ପ୍ରଧାନ, ଉତ୍କଳ ବିକାଶ ପରିଷଦର ସଭାପତି ଇଂ. ପ୍ରକାଶ ସେଠୀ, ନାରୀନେତ୍ରୀ ନଳିନୀପ୍ରଭା ଉଦଗାତ, ଯୁବନେତା ପ୍ରତାପ ମଲ୍ଲିକ, ରଜନୀକାନ୍ତ ସାହୁ, କଟକ ସଦର ବିକାଶ ମଞ୍ଚର ସଭାପତି ସୁବୋଧ ବେହେରା, କନ୍ଦରପୁର ସରପଞ୍ଚ ପ୍ରଫୁଲ ଭୋଇ, ଉଗ୍ରସେନ ଭୂୟାଁ, ପ୍ରତାପ ରାଉତ, ନିରଞ୍ଜନ ବେହେରା, ରନେଶ ସାହୁ, ଯୁବ ସମାଜସେବୀ ପ୍ରଦୀପ୍ତ ମାହାଲି, କାଳନ୍ଦୀ ସ୍ବାଇଁ, ପୂର୍ବତନ ସରପଞ୍ଚ ପ୍ରମୋଦ ରାଉତଙ୍କ ସମେତ ଶତାଧିକ ଅଞ୍ଚଳ ବାସି ଏହି ଶେଷ ଶୋଭା ଯାତ୍ରାରେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.