ମହାଲିଙ୍ଗରେ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ବହୁ ଚର୍ଚ୍ଚିତ ମମୀତା ମେହେର ହତ୍ୟା ଘଟଣାରେ ସାରା ରାଜ୍ୟ ବର୍ତ୍ତମାନମାନ ଉଠୁଛି ପଡୁଛି । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ମହାଲିଙ୍ଗ ଷ୍ଟାଡିୟମର ମମୀତାଙ୍କୁ ଯେଉଁଠାରେ ହତ୍ୟା କରି ପୋତା ଯାଇଥିଲା ସେ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ କେଗାଁ ଥାନାକୁ ଯାଇ ଅଧିକାରୀଙ୍କ ସହିତ ଘଟଣା ବିଷୟରେ ଆଲୋଚନା କରିଥିଲେ ।


ଏଥି ପୁର୍ବରୁ ମହିଳା କମିଶନ ଅଧ୍ୟକ୍ଷା ବଲାଙ୍ଗିର ଜିଲ୍ଲା ମମୀତାଙ୍କ ଗାଁ ଝରନିକୁ ଯାଇ ପରିବାର ଲୋକଙ୍କ ସାକ୍ଷାତ କରିଥିଲେ । ଉକ୍ତ ସମୟରେ ମହିଳା କମିଶନ ଅଧ୍ୟକ୍ଷା ସାମ୍ବାଦିକମାନଙ୍କୁ କହିଥିଲେ ଯେ ଦୋଶୀ କୋଠର ଦଣ୍ଡ ପାଇବ । ପରିବାର ଲୋକେ ଏକମାତ୍ର ରୋଜଗାରିଆ ଝିଅଙ୍କୁ ହରାଇଛନ୍ତି ସେ ମାନେ କିପରି ଭଲରେ ରହିବେ ତହାର ବ୍ୟବସ୍ଥା କରାଯିବ ଓ ମହାଲିଙ୍ଗ କଲେଜ କିପରି ଠିକରେ ଚାଲିବ ସେ ବିଷୟରେ କଳାହାଣ୍ଡି ଜିଲ୍ଲାପାଳ, ଏସପି, ଜିଲ୍ଲା ଶିକ୍ଷା ଅଧିକାରୀ ସହିତ ଆଲୋଚନା କରାଯିବ ବୋଲି କହିଥିଲେ । ରାଜ୍ୟ ମହିଳା କମିଶନଙ୍କ ଗସ୍ତକୁ ଦେଖି ପୋଲିସ ପକ୍ଷରୁ ମହାଲିଙ୍ଗ ଓ କେଗାଁରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.