ବିନ୍ଦୁସାଗରରୁ ବିଟେକ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ବିନ୍ଦୁସାଗରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କାଲି ରାତିରେ ସେ ଏହି ପୋଖରୀକୁ ଡ଼େଇଁ ପଡିଥିଲେ କିନ୍ତୁ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ସୁଚନା ଅନୁସାରେ ଚାପରେ ରହି ବିନ୍ଦୁସାଗରକୁ ଡେଇଁ ପଡ଼ିଥିଲେ ଜଣେ ବିଟେକ ଛାତ୍ର । ମୃତ ଯୁବକ ଜଣଙ୍କ ହେଉଛନ୍ତି ସାଇଶ୍ରୀ । ସାଇଶ୍ରୀଙ୍କ ବାପା ଓ ମାଙ୍କ ମଧ୍ୟରେ ବିବାଦ ଚାଲିଥିବାରୁ ସେ ଓ ତାଙ୍କ ମା’ ଭୁବନେଶ୍ବରର ସାମନ୍ତରାପୁରରେ ଘରଭଡା ନେଇ ରହୁଥିଲେ । ତେବେ ଟଙ୍କା ଅଭାବରୁ ଘର ଭଡ଼ା ଦେବା ପାଇଁ ସମସ୍ୟାର ସାମ୍ନା କରୁଥିଲେ ।ତେବେ ଏହି ମାନସିକ ଚାପର କାରଣ ଥିଲା ଟଙ୍କା । ଟଙ୍କା ଅଭାବରୁ ଦେଇପାରୁନଥିଲେ ଘରଭଡା କି କଲେଜ ଫି । ଫଳରେ ଏହି ଆତ୍ମହତ୍ୟା ପନ୍ଥାଟି ବାଛିଥିଲେ । ଅଗ୍ନିଶମ ବିଭାଗ ରାତିସାରା ସର୍ଚ୍ଚ ଅପରେସନ କରିବାପରେ ଆଜି ସକାଳୁ ଯୁବକଙ୍କ ମୃତଦେହ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.