କବି ତଥା ନାଟ୍ୟକାର ପଦ୍ମଲୋଚନ ଭୋଇଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ କବି ସମ୍ମିଳନୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରେଖପୁରର କବି, ନାଟ୍ୟକାର, କଥାକାର ତଥା ସାହିତ୍ୟ ନାଟକ କଳା ପରିଷଦ ରେଖପୁରର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ପଦ୍ମଲୋଚନ ଭୋଇଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । କବି ସ୍ୱର୍ଗତ ଭୋଇଙ୍କ ତିରୋଧାନ ଦିବସ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ରେଖପୁର ଠାରେ ସାହିତ୍ୟ ନାଟକ କଳା ପରିଷଦ ପକ୍ଷରୁ ଆୟୋଜିତ ହୋଇଥିଲା କବିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ । ଏହି ଅବସରରେ କବିତା ଆସର ଓ ସମ୍ବର୍ଦ୍ଧନା ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu


ଆଜିର କବିତା ଆସର ଓ ସମ୍ବର୍ଦ୍ଧନା ପର୍ବ କାର୍ଯ୍ୟକ୍ରମ ଗାଁର ଗୌନ୍ତିଆ ଟଙ୍କଧର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣ ବିକେକାନନ୍ଦ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଶିବରାମ ନାଏକ ଯୋଗଦାନ କରିଥିଲେ । ସାହିତ୍ୟ ନାଟକ କଳା ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ଭୋଇ, ଉପସଭାପତି ନୀଳ ଦଣ୍ଡସେନା, ସମ୍ମାନୀତ ଅତିଥି ଭାବରେ କବି ପଦ୍ମଲୋଚନ ମିଶ୍ର, କୁମୁଦ ଚନ୍ଦ୍ର ମାଏକ, କବି କୁଳମଣି ସାହୁ ପ୍ରମୁଖ ମଞ୍ଚାସୀନ ରହି ସ୍ୱଗତ କବି, ନାଟ୍ୟକାର ପଦ୍ମଲୋଚନ ଭୋଇଙ୍କ ସ୍ମୃତି ଚାରଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ସ୍ୱର୍ଗତ କବି ଶ୍ରୀ ଭୋଇଙ୍କ ସ୍ମୃତିରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଞ୍ଚଳର ବିଶିଷ୍ଟ କବି ତଥା ନର୍ଲା ସଂସ୍କାର ଭାରତୀର ସମ୍ପାଦକ ମୋହନ ଭଟ୍ଟ, କବି ଅରୁଣ ପ୍ରଧାନୀ, ମେଦିନୀଧର ଜାନୀ, ନରୋତ୍ତମ କରୁଆଁ, ଶିବରାମ ସାହୁ, ଗୋପାଳ ମିଶ୍ର, ଶରତ ଭୋଇ, ଘନଶ୍ୟାମ ଗହୀର, ପ୍ରହ୍ଲାଦ ବିଶ୍ୱାଳ, ଅଧ୍ୟାପକ ସୁରେଶ ନାଏକ, ପଞ୍ଚାନନ ତାଣ୍ଡି, ଜୟ ବିଭାର ପ୍ରମୁଖ ୧୫ ରୁ ଉର୍ଦ୍ଧ୍ୱ କବି ଯୋଗଦାନ କରି କବିତା ପାଠ କରିଥିଲେ ।

Udyog Nursery
Udyogi Nursery


ବରିଷ୍ଠ ଶିକ୍ଷକ ଯାଜ୍ଞସେନ ପଧାନ ମଞ୍ଚ ପରିଚାଳନା କରିଥିଲେ । ଇତ୍ୟବସରରେ ସ୍ୱର୍ଗତ କବି, ନାଟ୍ୟକାର ଶ୍ରୀ ଭୋଇଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାମ୍ବାଦିକ ଶାନ୍ତାନୁ ପାତ୍ର, କବି ଡିଲେଶ୍ୱର ରଣା, ପଦ୍ମଲୋଚନ ମିଶ୍ର, ମୋହନ ଭଟ୍ଟ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କବିତା ଆସରରେ ଅଂଶ ଗ୍ରହଣ କରିଥିବା ସମସ୍ତ କବି ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସାହିତ୍ୟ ନାଟକ କଳା ପରିଷଦ ରେଖପୁରର ସଭାପତି ପ୍ରକାଶ ଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.