ନିରାଡମ୍ବର ଭାବେ ପାଳିତ ହେବ ଓଡ଼ିଶାର ସର୍ବପୁରାତନ ସୁନହଟ ବୋଇତ ବନ୍ଦାଣ ଉତ୍ସବ

●କମିଟି ପକ୍ଷରୁ ଅନୁଷ୍ଠିତ ହେଲା ବୈଠକ

ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି): ରବିବାର ଦିନ ସୁନହଟ ବୋଇତ ବନ୍ଦାଣ ଉତ୍ସବ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସୁନହଟସ୍ଥିତ ଚନ୍ଦନ ମହଲ ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାରଙ୍କ କୋଭିଡ୍ କଟକଣା ମାନି ଓଡିଶାର ସର୍ବପୁରାତନ ତଥା ୬୨ତମ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେବ। ନିରାଡମ୍ବର ଭାବେ ଅର୍ଥାତ କେବଳ ପାରମ୍ପରିକ ରୀତିନୀତି ଅନୁସାରେ ଉତ୍ସବର ଆୟୋଜନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ନାହିଁ ବୋଲି ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ସଭାପତି ଶାନ୍ତନୁ ଦାସ, କାର୍ଯ୍ୟକାରୀ ସଭାପତି ଗୌତମ ଦାସ, ସମ୍ପାଦକ ସାହିରୁଲ ହକ୍, କୋଷାଧ୍ୟକ୍ଷ ବୀରେଶ୍ବର ଦାସ ଏବଂ ନୀହାର ରାଉତ, କାର୍ତ୍ତିକ ବଳ, ସୁଷମ ଦାସ, ଜୀବନ ପାଣି, ସୁଶାନ୍ତ ଦାସ, ଇନ୍ଦ୍ରଜିତ ଦାସ, ଉଦୟ କୁମାର ଦାସ, ସ୍ବସ୍ତିକ ଦାସ, ଭାସ୍କର ଦାସ, ଅଜୟ ବେହେରା, ସନ୍ଦୀପ ଦାସ ପ୍ରମୁଖ ଅନ୍ୟ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.