୨୩ଦିନରେ ପହଞ୍ଚିଲା ଗଣଧାରଣା: ଏ ଯାଏଁ ପହଞ୍ଚି ପାରିଲା ନାହିଁ ଜିଲ୍ଲା ପ୍ରଶାସନ

● ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ପ୍ରସଙ୍ଗ

● ଆନ୍ଦୋଳନକାରୀଙ୍କ ମନରେ କ୍ଷୋଭ

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ଦାବୀ ଆଜି ୨୩ ଦିନରେ ପହଂଚିଥିବାବେଳେ ଧାରଣାସ୍ଥଳକୁ ଏଯାଏଁ ଜିଲ୍ଲା ପ୍ରଶାସନ ପହଂଚିନଥିବା କାରଣରୁ ଆନ୍ଦୋଳନକାରୀଙ୍କ ମନରେ କ୍ଷୋଭ ଦେଖାଯାଇଛି । ତେବେ ପଂଚମ ଦିନରେ ସ୍ଥାନୀୟ ତହସିଲଦାର ଜୟନ୍ତ କୁମାର ମେହେରଙ୍କୁ ପ୍ରଦାନ କରିବା ସହିତ ଆନ୍ଦୋଳନର ଆଭିମୁଖ୍ୟ ଏବଂ ନାର୍ଯ୍ୟ ଦାବି ପୁରଣ ନ ହେବା ଯାଏଁ ଆମେ ବରିଷ୍ଠ ନାଗରିକମାନେ ମଧ୍ୟ ବୟସର ଅପରାହ୍ଣରେ ବି ଏହି ଗଣଧାରଣାରେ ସାମିଲ ହେଇଚୁ ଏବଂ ସାମିଲ ହେଇରହିବୁ ବୋଲି ବରିଷ୍ଠ ନାଗରିକ ମଂଚପକ୍ଷରୁ ବୁଧେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ଲଳିତ କୁମାର ମହାଲିକ କହିଥିଲେ । ତା ପରଠୁ ଜିଲ୍ଳା ପ୍ରଶାସନ ଆସିନପାରିବାକୁ ନେଇ ଆନ୍ଦୋଳନକାରୀମାନେ ଦୁଃଖ ପ୍ରକାଶ କରିଛନ୍ତି । ଆଜି ୨୩ ଦିନରେ ପହଂଚିଥିବା ଏହି ଗଣଧାରଣାରେ କର୍ଲାମୁଣ୍ଡା ବ୍ଲକ ରେଗେଡ଼ା ପଂଚାୟତବାସୀ ସମର୍ଥନ ଜଣାଇ ଗଣଧାରଣାରେ ସାମିଲ ହେଇଛନ୍ତି । ସଂଗ୍ରାମ ମଂଚର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଏବଂ ମୁଖ୍ୟ ପୁରୋଧା ଯୁବନେତା ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ଚମରା ବଗର୍ତ୍ତୀ, ସ୍ୱୟମ୍ବର ମିର୍ଦ୍ଧା, ଅରବିନ୍ଦ ଚୌଧୁରୀ, ପଦ୍ମଲୋଚନ ମିଶ୍ର, ରଜନୀକାନ୍ତ ସାହୁ, ଗୌର କୁମାର, ବନମାଳୀ ମିର୍ଦ୍ଧା, ନକୁଳ ସୁନାବାବୁଲାଲ ସାହୁ ଏବଂ ପ୍ରଭାକର ନାଗ ପ୍ରମୁଖ ସାମିଲ ହେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.