କୋକସରା ବ୍ଲକ ସ୍ତରୀୟ ଆଦିବାସୀ ସଂଘର କର୍ମକର୍ତ୍ତା ଚୟନ

କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆଦିବାସୀ ସଂଘ ପକ୍ଷରୁ ରବିବାର ଗମ୍ଭାରୀଗୁଡା ନିୟନ୍ତ୍ରିତ ବାଜାର କମିଟି ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ସଂଘର ଆବାହକ ନୀଳକଣ୍ଠ ମାଝୀଙ୍କ ସଭାପତିତ୍ୱରେ ଭତ୍ରା, ଶବର, ଗଣ୍ଡ, କନ୍ଧ, ହଲବା, ବଂଜାରା, ଭୁଞ୍ଜିଆ ଆଦି ସମ୍ପ୍ରଦାୟର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ପ୍ରଥମେ ଆଦିବାସୀ ସହିଦ ରେଣ୍ଡୋ ମାଝୀଙ୍କ ଫୋଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ବୈଠକ ଆରମ୍ଭ ହୋଇଥିଲା। ଏହି ବୈଠକରେ ଆଦିବାସୀ ସମ୍ପ୍ରଦାୟର ସମସ୍ତ ବର୍ଗ ଏକତ୍ରିତ ହୋଇ ଆଗକୁ ସଂଘ ଜରିଆରେ ବ୍ଲକରେ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ସଂଗ୍ରାମ କରିବା ସହ ଆଦିବାସୀଙ୍କ ମଧ୍ୟରେ ରହିଥିବା ଭାଇଚାରାକୁ ଉଜାଗର କରିବା ମୂଳ ଉଦ୍ଦେଶ୍ୟ ବୋଳି ମତ ପ୍ରକାଶ ପାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଆଦିବାସୀ ସମାବେଶରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ଲଳିତ ନାଏକ, ଜୟପାଟଣା ବ୍ଲକ ସଭାପତି ସୁଶାନ୍ତ କୁମାର ନାଏକ, ଧର୍ମଗଡ଼ ସଭାପତି ଭବେଶ ଗୋନ୍ତିଆ, କଲମପୁର ବ୍ଲକ ସଭାପତି କରଣ ଝାଙ୍କର, କୋଷାଧ୍ୟକ୍ଷ ଉଦ୍ଧବ ପାତ୍ର, ଆଦିସ୍କନ୍ଧ ସମାଜରୁ ଅନିରୁଦ୍ଧ ପାତ୍ର, ବୈଦ୍ୟନାଥ ମାଝୀ, ଦୈତାରି ଭୋଇ, ଗଣ୍ଡ ସମାଜରୁ ନନ୍ଦ କିଶୋର ଧରୁଆ, କ୍ଷୀରସିନ୍ଧୁ ମାଝୀ, ନିରଞ୍ଜନ ମାଝୀ,

Udyog Nursery
Udyogi Nursery

ଶବର ସମାଜ ପକ୍ଷରୁ ଇଂ. ସୁଶିଳ କୁମାର ଶବର, କୀର୍ତ୍ତନ ଶବର, ବଂଜାରା ସମାଜରୁ ଦୁର୍ଗା ନାଏକ, ରାଜେନ୍ଦ୍ର ନାଏକ, କିଶୋର ନାଏକ, ହଲବା ସମାଜରୁ ସହଦେବ ନେଗି, ହେମନ୍ତ ମାଝୀ, ଭତ୍ରା ସମାଜରୁ ଜିଲ୍ଲା ସମ୍ପାଦକ ଋତୁରାଜ ମାଝୀ, ଗରୁଡ଼ ଧ୍ଵଜ ମାଝୀ, ସୁଧୀର ପାତ୍ର, ଦୁର୍ଯ୍ୟୋଧନ ପୁଝାରି, ଭୁଞ୍ଜିଆ ସମାଜରୁ ଭରତ ଚନ୍ଦ୍ର ପୁଝାରି ଓ ପୂର୍ବତନ ମହିଳା ସରପଞ୍ଚ ଜନେକ ନାଏକ ଏହି ଆଦିବାସୀ ବୈଠକରେ ନିଜ ନିଜ ସମାଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।


ପରେ ସର୍ବ ସମ୍ମତ୍ତି କ୍ରମେ କୋକସରା ବ୍ଲକ ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଛି ଏଥିରେ ନୂତନ ବ୍ଲକ ସଭାପତି ଭାବେ ହେମନ୍ତ ମାଝୀ, ଉପ ସଭାପତି ଅଶୋକ ପୁଝାରି, ଜୟଲାଲ ନାଏକ, ସାଧାରଣ ସମ୍ପାଦକ ତ୍ରିନାଥ ଶବର, ସହ ସମ୍ପାଦକ ଦୈତାରି ଭୋଇ, କ୍ଷୀରସିନ୍ଧୁ ମାଝୀ, କୋଷାଧ୍ୟକ୍ଷ ଭାବେ ରାଜେନ୍ଦ୍ର ନାଏକଙ୍କୁ ଚୟନ କରାଯାଇଛି। ସେହିପରି ଭାବେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ବୈଦ୍ୟନାଥ ମାଝୀ, ଗୋବିନ୍ଦ ନାଏକ, ରାମକୃଷ୍ଣ ମାଝୀ, ଗରୁଡ଼ ଧ୍ଵଜ ମାଝୀ, ଜନେକ ନାଏକ, ନନ୍ଦ କିଶୋର ଧରୁଆ, ବିଶ୍ବମ୍ବର ଶବର, ଅଚୁତାନନ୍ଦ ମାଝୀ, ଦୁର୍ଗା ନାଏକ, ଗୋପିଚାନ୍ଦ ନାଏକ, ଯମୁନା ମାଝୀଙ୍କୁ ଚୟନ କରାଯାଇଛି ଏହି ବୈଠକକୁ ତ୍ରିନାଥ ଶବର ଉପସ୍ଥାପନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.