କୋକସରା ବ୍ଲକ ସିଟିଜେନ ଫୋରମ ପକ୍ଷରୁ ବ୍ଲକର ବିଭିନ୍ନ ସମସ୍ୟା ଉପରେ ଆଲୋଚନା

କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ସିଟିଜେନ ଫୋରମ ପକ୍ଷରୁ ରବିବାର ସ୍ଥାନୀୟ ଶିଶୁ ମନ୍ଦିରର ପରିଶରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସିଟିଜେନ ଫୋରମର ସଭାପତି ବ୍ୟୋମକେଶ ପଣ୍ଡାଙ୍କ ସଭାପତିତ୍ୱରେ ଫୋରମର ବରିଷ୍ଠ ସଦସ୍ୟ ମାନେ ଯୋଗଦେଇ ବ୍ଲକ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। କୋକସରା ବ୍ଲକ ସଦର ମହକୁମା ହୋଇଥିଲେ ମଧ୍ୟ ଏକ ସବ ଟ୍ରେଜରି ଅଫିସ ନ ଥିବାରୁ ଧର୍ମଗଡ଼ ଓ ଜୟପାଟଣା ଉପରେ ନିର୍ଭର କରିବାକୁ ପଡୁଛି ଏଣୁ ସବ ଟ୍ରେଜରି ଅଫିସ ଖୋଲିବା ଦାବି ସହ ଓଡିଶା ଲୋକସେବା ଓ.ପି.ଏସ.ସି. ଦ୍ୱାରା ପ୍ରକାଶିତ ବିଜ୍ଞାପନ ୧୫/୨୦୨୧/୨୨ ଅନୁଯାୟୀ ଓ.ଇ.ଏସ ଗ୍ରୁପ ବି ଥିବା ପ୍ରାଥୀ ଙ୍କ ବୟସ ଶିକ୍ଷା ପ୍ରତିଷ୍ଠାନ ସହକାରୀ ପ୍ରଫେସର କାର୍ଯ୍ୟରତ ପଦବୀ ପାଇଁ ଉଦ୍ଧିଷ୍ଟ ବୟସ ସୀମା କୋଭିଡ ୧୯ ହେତୁ ଅତିକ୍ରମ ହୋଇ ଯାଇଥିବାରୁ ୫ ବର୍ଷ ବୟସ କୋହଳ କରିବା ପାଇଁ ଓ.ପି.ଏସ.ସି. କୁ ଅନୁରୋଧ କରିବା, କୋକସରା ବ୍ଲକ ରେ ଏକ ଆବାସିକ ମହାବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଜଣାଇବା ଓ କୋକସରା ବ୍ଲକ ର ୮୦ ପ୍ରତିଶତ ଲୋକେ ଚାଷି ଏଣୁ ଆସନ୍ତା ଖରିଫ ଧାନ ବିକ୍ରି ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ସୁଚାରୁ ବ୍ୟବସ୍ଥା କରିବା ନେଇ ପ୍ରସ୍ତାବ ଆଗତ ହୋଇଥିଲା। ଏହି ଆଲୋଚନାରେ ଫୋରମର ସମ୍ପାଦକ ମିନିକେତନ ପ୍ରଧାନୀ, ଜୟଲାଲ ନାଏକ, ଲଷ୍ମୀଧର ପୁଝାରି, କେଶବ ଚନ୍ଦ୍ର ନାଏକ, ଜୟଲାଲ ନାଏକ, କୁରୁକ୍ଷେତ୍ର ବେହେରା, ରମେଶ ଚନ୍ଦ୍ର ପ୍ରଧାନୀ, ବୁଟୁନାଥ ସରାବୁ, ମୁକ୍ତେଶ୍ଵର ପଟ୍ଟନାୟକ, ବିଶ୍ବମ୍ବର ନାଏକ ଉପସ୍ଥିତ ରହିଥିବା ବେଳେ କୋଷାଧ୍ୟକ୍ଷ ଜଗବନ୍ଧୁ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.