କଳାହାଣ୍ଡି, (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ପଞ୍ଚାୟତ ସମିତି ସଭାଗୃହ ଠାରେ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଦୁର୍ନୀତି ନିବାରଣ ସଚେତନତା ସେବା ସପ୍ତାହ ପାଳିତ ହୋଇଯାଇଛି। ଏହି ସଚେତନତା ସପ୍ତାହରେ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରବିନ୍ଦ ଚୌଧୁରୀଙ୍କ ସମେତ ବ୍ଲକ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ ବୁଦ୍ଧିଜୀବୀମାନେ ଯୋଗଦେଇ ଦୁର୍ନୀତିକୁ ବିରୋଧ କରିବା, କିଭଳି ଭାବରେ ଦୁର୍ନୀତି ବିରୋଧରେ ସମସ୍ତେ କିପରି ସଚେତନ ରହିବ ସେ ଉପରେ ଆଲୋଚନା କରିଥିଲେ। କଳାହାଣ୍ଡି ଭିଜିଲାନ୍ସ ଡିଏସପି ମହାନନ୍ଦ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।





